
ରାକେଶ ମହାନ୍ତି(ଗରଦପୁର): ରିପୋର୍ଟ ବାସ୍ତବ ଟିଭିକେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ରେ ଥିବା ମହୁବୁଦା ଗ୍ରାମର ଜଣେ ବାଇଶି ବର୍ଷୀୟା ଯୁବତୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି ,। ତାଙ୍କର ମାଆ ଏବଂ ଦାଦା ସେ ସେହି ପଂଚାୟତର ସରପଞ୍ଚ ଏବଂ ତାଙ୍କ କର୍ମୀ ଙ୍କ ଲାଗି ତାଙ୍କର ଝିଅ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ବୋଲି କହିଛନ୍ତି ।
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଜୁନ ସତର ରେ ଏକ ଅଭିଯୋଗ କରିଥିଲେ ପାଟକୁରା ଥାନାରେ,ଯାହା ସରପଞ୍ଚ ଅନୁଷୟା ବେହେରା , ଅଭୟ ବେହେରା ,ଛବିନ୍ଦ୍ର ବେହେରା , ଅଭିମନ୍ୟୁ ବେହେରା , ଅନ୍ନପୂର୍ଣ୍ଣା ବେହେରା ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ , କିନ୍ତୁ ଅଭିଯୋଗ କାରି ନ୍ୟାୟ ପାଇବା ବଦଳରେ ମିଳିଥିଲା କେବଳ ପ୍ରତି ସୃତି ।
ଯାହାଫଳରେ ମୃତ ପିଙ୍କି କଲେଜ କୁ ଯିବା ଆସିବା ସମୟରେ ନିଜେ ସରପଞ୍ଚ ଏବଂ ତାଙ୍କର ପୂର୍ବ ଅଭିଯୋଗରେ ଦିଆଯାଇଥିବା ନାମର ବ୍ୟକ୍ତି ମାନେ ସେ ଝିଅ ପିଙ୍କି କୁ ଖରାପ ଅସଦାଚରଣ କରିବା ଦ୍ଵାରା ସେ ନିଜର ମାନସିକ ଭାର ସାମ୍ୟ ହରାଇ ଆତ୍ମ ହତ୍ୟା କରିଛି ବୋଲି ତାଙ୍କର ମାଆ ଏବଂ ନିଜର ଲୋକ ମାନେ କହିଛନ୍ତି ।କେବେ ମୃତ ପିଙ୍କି ଙ୍କୁ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା ।



