ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା,ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ବର୍ଷା ପ୍ରକୋପ…

ଭୁବନେଶ୍ୱର,୧୬/୦୭:ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ବର୍ଷା ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ, ରବିବାରଠାରୁ ରାଜ୍ୟରେ ଲଘୁଚାପର ପ୍ରଭାବ କମିବା ସହ ବର୍ଷା ବି କମିବ ।

ଆଜି(ଶନିବାର) କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ବର୍ଷା ହେବ । ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୭ ଓ ୧୮ ଦୁଇ ଦିନ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି ।

ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାଇ, ଗତ କାଲି ଅର୍ଥାତ ଶୁକ୍ରବାର ଗୋପାଳପୁରରେ ୧୫୫ ମିଲିମିଟର, ରିଆମାଳରେ ୭୨ ମିଲିମିଟର, ଆନନ୍ଦପୁରରେ ୫୫.୬, ଘସିପୁରାରେ ୭୭, ଦେଓଗାଁରେ ୧୨୭, ହରଭଙ୍ଗାରେ ୬୦, କଳିଙ୍ଗାରେ ୭୦, ଫୁଲବାଣୀରେ ୯୧, ଟିକାବାଲିରେ ୭୪, ସମ୍ବଲପୁରରେ ୫୭, ଚକାପଦାରେ ୭୦, ଧରାକୋଟରେ ୬୩ ମିମି ବର୍ଷା ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀଯୁକ୍ତ ଜଗଦୀପ ଧନଖର ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ,ବିଜେପି ସଭାପତି ଜେପି ନଡ୍ଡାଙ୍କ ଘୋଷଣା

Sat Jul 16 , 2022
ମନୋଜ ମହାନ୍ତି(ଭୁବନେଶ୍ୱର): ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଦେଶର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଛି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଧନଖରଙ୍କ ନାମ ଘୋଷଣା କରାଯାଇଥିଲା। ବିଜେପି ସଭାପତି ଜେପି ନଡ୍ଡା ତାଙ୍କ ନାମ ଘୋଷଣା କରିଛନ୍ତି। ଜଗଦୀପ ଧନଖର ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହା ବ୍ୟତୀତ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ […]

You May Like

Pin It on Pinterest