ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟର ୫୭ ତମ ପ୍ରତିଷ୍ଠା ଦିବସ ପାଳନ….

ସଂଜୟ ସତପଥୀ(କଟକ)୧୮-୦୭-୨୨:ଆଜି କଟକ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଉଦଘାଟକଭାବେ ସିଡିଏ ଅଧ୍ୟକ୍ଷ
ଶ୍ରୀଯୁକ୍ତ ଅନୀଲ କୁମାର ସାମଲ, ମୁଖ୍ୟ ଅତିଥିଭାବେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଡକ୍ଟର ଭବାନୀ ଶଙ୍କର ଚୟନି, ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟର ଆଲମୁନି ତଥା କାଦମ୍ବିନୀର ସଂପାଦିକା ସୁସାହିତ୍ୟିକା ଡ଼ଃ ଇତିରାଣୀ ସାମନ୍ତ, ସମ୍ମାନୀୟ ଅତିଥି ପୂର୍ବାଅଞ୍ଚଳ ଶାନ୍ତି କମିଟିର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ,ଯୋଗଦେଇଥିଲେ ।

ପୂର୍ବତନ ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ,କଲ୍ଲେକଟରେଟେ ଷ୍ଟାଫ କମିଟି ସଭାପତି ଶ୍ରୀ ବିଶ୍ୱମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ର ଜୀବନର ମଧୁର ଅନୁଭୂତିକୁ ପିଲାମାନଙ୍କ ଆଗରେ ଉପସ୍ଥାପନ କରିବା ସହିତ ପୁରାତନ ଗୁରୁ ଛାତ୍ର ସମ୍ପର୍କ ଓ ଭଲ ମଣିଷ ହେବା ପାଇଁ ବିଦ୍ୟାଳୟ ସମୟର କଥିତ ଅଧ୍ୟବସାୟ ସହିତ ପିତା ମାତା ଓ ଗୁରୁଜନ ମାନଙ୍କର ଆଶିର୍ଵାଦ ନିତ୍ୟାନ୍ତ ପ୍ରୟୋଜନ ବୋଲି ମୂଲ୍ୟଭିତ୍ତିକ ବହୁ ଉପଦେଶ ଦେଇଥିଲେ।

ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ସଭାପତିତ୍ଵରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ସମସ୍ତ ଅତିଥି ତଥା ମୋ ସ୍କୁଲ ଅଭିଯାନ କମିଟିକୁ ଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିବା ବେଳେ ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃନ୍ଦ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ ଗତ ୨୪ ଘଣ୍ଟା ମଧ୍ୟରେ ଖସିଛି ୧୦୦୦ ତଳକୁ ....

Tue Jul 19 , 2022
ଭୁବନେଶ୍ୱର ୧୯।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ । କିଛି ଦିନ ହେଲା କରୋନା ଗ୍ରାଫ୍ଏକ ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଂଟାରେ ତଳ ମୁହଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ […]

You May Like

Pin It on Pinterest