ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ ଗତ ୨୪ ଘଣ୍ଟା ମଧ୍ୟରେ ଖସିଛି ୧୦୦୦ ତଳକୁ ….

ଭୁବନେଶ୍ୱର ୧୯।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ । କିଛି ଦିନ ହେଲା କରୋନା ଗ୍ରାଫ୍ଏକ ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଂଟାରେ ତଳ ମୁହଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଦିଆଯାଇଥିବା ସୂଚନା ଅନୁଯାଇ, ସେହି ସଂକ୍ରମିତଙ୍କ ମଧ୍ୟରୁ ୫୫୩ ଜଣ ସଙ୍ଘରଧରୁ ଚିନ୍ହଟ ହୋଇଥିବା ବେଳେ ଅନ୍ୟ ୩୯୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦୮୭୩କୁ ବୃଦ୍ଧି ପାଇଛି ।

ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର ଜିଲ୍ଲାରୁ ୫ଜଣ, ବରଗଡ଼ ଜିଲ୍ଲାରୁ ୯ଜଣ, ଭଦ୍ରକ ଜିଲ୍ଲାରୁ ୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୭୫ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪ଜଣ, ଯାଜପୁର ଜିଲ୍ଲାରୁ ୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୮ଜଣ, କନ୍ଧମାଳ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୭୧ଜଣ, କୋରାପୁଟ ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ଜଣ, ନୟାଗଡ଼ ଜିଲ୍ଲାରୁ ୨୭ଜଣ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୨୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୫ଜଣ, ସମ୍ବଲପୁର ଜିଲ୍ଲାରୁ ୫୩ଜଣ, ସୋନପୁର ଜିଲ୍ଲାରୁ ୩୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁୂ ୧୦୩ଜଣ, ଷ୍ଟେଟ ପୁଲ୍‌ରୁ ୭୬ଜଣ ସଂକ୍ରମିତ ରହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

NEET ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀଙ୍କ ବ୍ରା ଖୋଲି ରଖିବାକୁ ବାଧ୍ୟ କରାଗଲା ଏହାର କାରଣ କ’ଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ ...

Tue Jul 19 , 2022
ଏସ.ବାସ୍ତବ: କେରଳରେ NEET-୨୦୨୨ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଯାଇଥିବା ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରାଯିବା ଏକ ଲଜ୍ୟା ଜନକ ପରିସ୍ଥିତିର ଅଭିଯୋଗ ଆସିଛି ।ଝିଅଙ୍କର ଅଭିଯୋଗ ପରୀକ୍ଷା ପାଇଁ ହାଜର ହେବା ପୂର୍ବରୁ ତାଙ୍କ ବ୍ରା ହଟାଇବାକୁ ବାଧ୍ୟ ହୋଇଥିଲେ। ଏହି ପ୍ରସଙ୍ଗରେ ଅତି କମରେ ୧୦୦ ରୁ ଅଧିକ ଝିଅ ଅଭିଯୋଗ କରିଛନ୍ତି। କୁହାଯାଉଛି ଯେ ସୁରକ୍ଷା ଯାଞ୍ଚ ସମୟରେ ବ୍ରା ରେ ଥିବା ଧାତୁ […]

You May Like

Pin It on Pinterest