୧-ବୁଧବାର ହଟିବ ୟେସ୍ ବ୍ୟାଙ୍କ କଟକଣା: ଆରବିଆଇ
୨-କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର।
୩-କରୋନା ଡରରେ ବନ୍ଦ ହେଲା ରାଜ୍ୟର ସମସ୍ତ ବିଦ୍ୟାଳୟ, ସ୍ଥଗିତ ହେଲା ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା।ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ।
୪-ଜନସମାଗମ ରୋକିବାକୁ ପଦକ୍ଷେପ; ଭଦ୍ରକ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ବଲାଙ୍ଗିର ଓ ନବରଙ୍ଗପୁର ଆଦି ଜିଲ୍ଲାରେ ୧୪୪ ଧାରା ଜାରି।
୫-ନୂଆଦିଲ୍ଲୀ:ପିଟିସନ ଖାରଜ ପରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ।
୬-କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା; ପରବର୍ତ୍ତି ସମୟରେ ନିଆଯିବ ନିଷ୍ପତ୍ତି।
୭-କରୋନା ପାଇଁ ସିଦ୍ଧିବିନାୟକ ମନ୍ଦିର ବି ବନ୍ଦ ହେଲା।
୮-କେନ୍ଦ୍ରାପଡ଼ା:କରୋନା ପ୍ରଭାବ: ବଳଦେବ ଜୀଉଙ୍କ ମନ୍ଦିରରେ କଟକଣା, ୩୧ ଯାଏଁ ବନ୍ଦ ରହିବ ଭିତରକନିକା।
୯-ଭୁବନେଶ୍ୱର:କଳାବଜାରୀ ବନ୍ଧା ହେବେ, ଚଢ଼ା ଦରରେ ମାସ୍କ ଓ ସାନିଟାଇଜର ବିକୁଥିବା ବ୍ୟବସାୟୀଙ୍କ ଉପରେ ଡ୍ରଗ୍ସ କଣ୍ଟ୍ରୋଲର-ଯୋଗାଣ ବିଭାଗ ଓ ପୋଲିସ୍ର ମିଳିତ ଚଢ଼ାଉ।
୧୦-ତଥ୍ୟ ଦେଲେ ପୁରସ୍କାର, ଲୁଚାଇଲେ କାର୍ଯ୍ୟାନୁଷ୍ଠାନ । ବାହାରୁ ଆସୁଥିବା ଲୋକଙ୍କ ପାଇଁ ସରକାର ଜାରି କଲେ ନିର୍ଦ୍ଦେଶାବଳୀ ।