
ପ୍ରମୋଦ ନାୟକ(ଭୁବନେଶ୍ବର): ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା ,ଏଣିକି ଏଟିଏମରୁ ଟଙ୍କା ବାହାରିବ। ଭଳି ଶସ୍ୟ ମିଳିବ। ୨୪ ଘଣ୍ଟା ମିଳିବ ରାସନ। ବିଧାନସଭାରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି ।ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି।
ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖର୍ଚ୍ଚ ଦାବି ଆଲୋଚନା ବେଳେ କହିଛନ୍ତି କି, ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି। ଦିନକୁ ଦିନ ଏହି ବ୍ୟବସ୍ଥାକୁ ଅଧିକ ସରଳୀକାରଣ କରାଯାଉଛି। ଖାଦ୍ୟ ଓ ଶ୍ୟସ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶଷ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି। ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ମିଳିବ। ପାଇଲଟ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବ। ଏଟିଏମରୁ ବାହାରିବ ଚାଉଳ। ଏଥିସହ ବିନା ସୁଧରେ ଚାଷୀଙ୍କୁ ଋଣ ମିଳିବ।ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଶ୍ରୀ ନାୟକ।



