
ଭୁବନେଶ୍ୱର ୨୦।୦୭ : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଦିଆଯାଇଥିବା ସୂଚନା ଅନୁଯାଇ,ରାଜ୍ୟରେ ପୁଣି ଉପର ମୁହାଁ ହେଲା କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୦ ଉପରେ ସଂକ୍ରମିତ ସଂଖ୍ୟା, ୧୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ । ଏହି ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୧୯୯୫କୁ ବୃଦ୍ଧି ପାଇଛି ।
ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୧୨ଜଣ, ବରଗଡ଼ ଜିଲ୍ଲାରୁ ୮ଜଣ, ଭଦ୍ରକ ଜିଲ୍ଲାରୁ ୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ, କଟକ ଜିଲ୍ଲାରୁ ୧୩୨ଜଣ, ଦେଓଗଡ଼ ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୧୧ଜଣ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଜଗତସିଂହପୁରଜିଲ୍ଲାରୁ୨୦ଜଣ,ଜାଜପୁର-୨୬,ଝାରସୁଗୁଡ଼ା-୨୫,କଳାହାଣ୍ଡି-୧୩,କନ୍ଧମାଳ-୩,କେନ୍ଦ୍ରାପଡ଼ା-୧୧,କେନ୍ଦୁଝର-୧୦,ଖୋର୍ଦ୍ଧା-୩୦୭,କୋରାପୁଟ-୬,ମୟୁରଭଞ୍ଜ-୫୩,ନବରଙ୍ଗପୁର-୭,ନୟାଗଡ-୧୪,ନୂଆପଡା-୧୩,ପୁରୀ-୨୪,ରାୟଗଡା-୧୦,ସମ୍ବଲପୁର-୬୫,ସୋନପୁର-୪୨,ସୁନ୍ଦରଗଡ-୧୯୭ ଓ ସ୍ଟେଟ୍ ପୋଲ୍ ରୁ -୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୦୧୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୭୦୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୬୧୧୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୪୧୦୮୪୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।