୧-କରୋନା ମୁକାବିଲା : କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୭ରୁ ଅଧିକ ବ୍ୟକ୍ତି, ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର ।
୨-ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଛୁଇଁଲାଣି, ମୃତ୍ୟୁରେ ଚୀନକୁ ଟପିଲା ଇଟାଲୀ।
୩-ଭୁବନେଶ୍ୱରରେ ଲାଗୁ ହେଲା ଅଡ୍ ଇଭିନ୍ ନମ୍ବର, ତାରିଖ ଅନୁସାରେ ଆଜିଠାରୁ ଚାଲିବ ଗାଡ଼ି।
୪-କରୋନା ପାଇଁ ଗାଁରେ ହିଁ ମିଳିବ ମଧୁବାବୁ ପେନସନ୍।
୫-କରୋନା ପାଇଁ କିଟ୍ ଓ କିସର ୫୦୦୦ ନନ୍ ଟିଚିଙ୍ଗ ଷ୍ଟାଫଙ୍କୁ ଦିଆଗଲା ବାଧ୍ୟତାମୂଳକ ଛୁଟି,ଏହି ସମୟରେ ନିଜ ଅଞ୍ଚଳରେ କରିବେ ବ୍ୟାପକ ସଚେତନତା ।
୬-ଶନିବାର ରାତି ୧୨ରୁ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ ଚଳାଚଳ ବନ୍ଦ, ‘ଜନତା କର୍ଫ୍ୟୁ’ ପାଇଁ ରେଳବାଇର ନିଷ୍ପତ୍ତି।
୭-ନୀଳଚକ୍ର ବାନାରେ ଲାଗିନାହିଁ ନିଆଁ । ପବନରେ ଉଡିଯାଇଥିଲା ପାପମୋଚନ ଏକାଦଶୀ ମହାଦୀପର ବଳିତା।
୮-ପାଣିପାଗ : ଆଗାମୀ ୨୬ ତାରିଖ ଯାଏ ଗରମ ଓ କାଳବୈଶାଖୀ ଭଳି ସ୍ଥିତି ରହିଛି ଓଡ଼ିଶା ଉପରେ।
୯-ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମର୍ଥନ ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି । ରବିବାର ଘରୁ ବାହାରନ୍ତୁନି ଓଡିଶାବାସୀ।
୧୦-ୟୁନିୟନ ବ୍ୟାଙ୍କରେ ରହିବ ପୁରୀ ଶ୍ରୀମନ୍ଦିର ଟଙ୍କା । ଜମା ଟଙ୍କା ଉପରେ ମିଳିବ ବାର୍ଷିକ ୫.୭୫ ପ୍ରତିଶତ ସୁଧ।