ଓଡିଶାବାସୀଙ୍କୁ ନବୀନଙ୍କ ଆହ୍ୱାନ… ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

ବାସ୍ତବ ବ୍ୟୁରୋ – ସାରା ବିଶ୍ୱ ପାଇଁ  ‘କରୋନା’ ଭାଇରସ୍  ବଡ ସମସ୍ୟା ରୂପେ ଉଭାହେଇଛି ଦେଶରେ ୨୭୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ମଧ୍ୟ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଏହି ‘ବିଶ୍ୱ ମହାମାରୀର ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ୫ଟି ଜିଲ୍ଲା ସହ ୮ଟି ସହରର ଲକ୍ ଡାଉନ୍ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହାକୁ ସଫଳ କରି ସଂକ୍ରମଣ ଠାରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଅତ୍ୟନ୍ତ ଜରୁରୀ କାର୍ୟ୍ୟ ବ୍ୟତୀତ ବାକି ସମସ୍ତ କାର୍ୟ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକୀୟ ଜିନିଷପତ୍ର ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ । କରୋନା ଭାଇରସର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି- ଘରେ ରହନ୍ତୁ, ସୁସ୍ଥ ରହନ୍ତୁ, ସୁରକ୍ଷିତ ରହନ୍ତୁ ।  ନିମ୍ନରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ମୁଖ୍ୟାଂଶ ପ୍ରଦାନ କରାଗଲା । ଲୋକଙ୍କ ସ୍ବାର୍ଥ ପାଇଁ ସରକାର କରିଥିବା କଟକଣାକୁ ଯଦି କୌଣସି ବ୍ୟକ୍ତି ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Mar 22 , 2020
୧-ଆଜି ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ ୨-ଆଜି ୧୪ ଘଣ୍ଟିଆ ‘ଜନତା କର୍ଫ୍ୟୁ’: ଗଡିବନି ଘରୋଇ ବସ, ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ। ୩୭୦୦ ଟ୍ରେନ ରଦ୍ଦ, ଅନ୍ୟାଦେଶ ଯାଏଁ ଟ୍ରେନ-ଷ୍ଟେସନରେ ମିଳିବନି ଖାଦ୍ୟ। ୩-ମାସ୍କ ଓ ସାନିଟାଇଜର କଳାବଜାରୀ ବନ୍ଦ ପାଇଁ କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ। ୪-କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ଯର 5 ଜିଲ୍ଲା […]

You May Like

Pin It on Pinterest