
ଭୁବନେଶ୍ବର(ବାସ୍ତବବ୍ୟୁରୋ): “ପ୍ରକୃତି ମିଶ୍ର ମୋ ଘରଭାଙ୍ଗିଦେଇଛି “,ଏ କୌଣସି ସିନେମା ବା ନାଟକର ଡାଇଲଗ ନୁହେଁ, ଏ ହେଉଛି ଚକଲେଟ ହିରୋ ବାବୁଶାନଙ୍କ ଧର୍ମ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ। ସୋସିଆଲ ମିଡିଆରେ ଭାଇରଲ ହେଉଛି ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ । ପ୍ରକୃତି ଙ୍କୁ ଗୋଡେଇ ଗୋଡେଇ ଧକା ମାରୁଛନ୍ତି ତୃପ୍ତି ।
ଏହାର କିଛି ସମୟ ଘଟଣାର ରୂପରେଖ ବଦଳିଛି । ଖାରବେଳ ନଗର ଥାନାରେ ପହଂଚିଛନ୍ତି ପ୍ରକୃତି ମିଶ୍ରଙ୍କ ମାଆ କୃଷ୍ଣପ୍ରିୟା ମିଶ୍ର । ଏତଲା ଦେଇଛନ୍ତି ଲଳିତ ଶତପଥୀ ଓ ତାଙ୍କ ଝିଅଙ୍କ ନାଆଁରେ। ଏତଲା ଦେବା ପରେ ମନ୍ମଥ ମିଶ୍ର ଓ ତାଙ୍କ ପତ୍ନୀ ମାମଲା ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲଳିତ ଶତପଥୀ ଓ ତାଙ୍କ ଝିଅଙ୍କ ନାଆଁରେ ଥାନାରେ ଅଭିଯୋଗ କରାଯାଇଛି। ଲଳିତ ଶତପଥୀ ଓ ତାଙ୍କ ଝିଅ ସହ ଦୁର୍ବ୍ୟବହାର କରିବା ସହ ତାକୁ ହତ୍ୟା ଧମକ ଦେଇଛନ୍ତି।ଏନେଇ ଆଗରୁ ପ୍ରକୃତି ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଯେଉଁ ଭଳି ଅସଦାଚରଣ କରାଯାଇଛି, ସେନେଇ ସେ ଆଇନର ଦ୍ବାରସ୍ଥ ହେବେ।
ଏଣେ ବାବୁସାନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଚେନ୍ନାଇର ଉତ୍କଳ ଆସୋସିଏସନରେ ଆମ ନୂଆ ଫିଲ୍ମର ପ୍ରମୋସନ୍ ପାଇଁ ବିମାନବନ୍ଦରକୁ ବାହାରିଥିଲୁ। କିନ୍ତୁ ହଠାତ୍ ପତ୍ନୀ ଆସି ତାଙ୍କର ଗାଡ଼ି ଅଟକାଇ ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିଥିଲେ। ଏଥିରେ ମୋ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ। ଏନେଇ ତାଙ୍କୁ ମୁଁ ଦୋଷ ଦେବିନି। କାରଣ ସେ ଫିଲ୍ମ ଲାଇନର ନୁହନ୍ତି କି ଏ ଲାଇନ୍ ବିଷୟରେ କିଛି ବୁଝନ୍ତି ନାହିଁ। ମୋତେ ବହୁତ ଝିଅଙ୍କ ସହ କାମ କରିବାକୁ ପଡ଼ିବ। ପ୍ରକୃତି ମୋ ପିଲାଦିନର ସାଙ୍ଗ। ମୁଁ ଆଇନର ଦ୍ୱାରସ୍ଥ ହେବିନି। କିନ୍ତୁ ଯଦି ପ୍ରକୃତି ସେଭଳି କିଛି କରେ ସେଥିରେ ମୋର କିଛି କହିବାର ନାହିଁ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଟି,ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ବାବୁସାନଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ଧରିଛନ୍ତି ପତ୍ନୀ ତୃପ୍ତି ।