କଟକନଗର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କର ପ୍ୟାଲେସରେ ଅନୁଷ୍ଠିତ…

ସଞ୍ଜୟ ଶତପଥୀ(କଟକ):କଟକନଗର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କର ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନନୀୟ ମାନସ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତା ମାନଙ୍କୁ ଉପଯୁକ୍ତ ସାଂଗଠନିକ ମାର୍ଗଦର୍ଶନ କରାଇଥିଲେ।ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ବିବେକାନନ୍ଦ ନାଏକ ଦ୍ବୀପ ପ୍ରଜ୍ବଳନ ସହ ବନ୍ଦେ ମାତରଂ କରାଇଥିଲେ।ଶୋକ ପ୍ରସ୍ତାବ ଆଗତ କରିଥିଲେ ଶ୍ରୀ ଭାଗୀରଥି ଦଳେଇ।

ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ନେତା ଶ୍ରୀ ବିଜୟ ମହାପାତ୍ର,ଶ୍ରୀ ସ୍ବପନେଶ୍ୱର ପଣ୍ଡା, ଶ୍ରୀ ଜିତେନ ବେହେରା,ବିଶିଷ୍ଟ ସମାଜସେବୀ ଓ ସାହି ଅଧିକାରୀ ବିଶ୍ୱନାଥ ମୁଳିଆ ଓ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଓ ବିଜେପି ନେତା ତଥା ଓଡ଼ିଆ କଳାକାର ଶ୍ରୀ ଅଜିତ ଦାସ ଆଦିଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପରେ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଇଥିଲେ ବାରବାଟୀ ମଣ୍ଡଳ ସଭାପତି ଶ୍ରୀମତୀ ନମିତା ମିଶ୍ର।ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୋପଦି ମୁର୍ମୁଙ୍କ ପାଇଁ ତଥା ଓଡିଶାକୁ ବିପୁଳ ପରିମାଣରେ ବିଭିନ୍ନ ସହାୟତା ପାଇଁ ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଗତ କରାଇଥିଲେ ସ୍ମୃତି ପଟ୍ଟନାୟକ,ବିନୋଦ ଦାସ,ଶ୍ରିତମ ଦାସ ଓ ରଶ୍ମିରେଖା ଦାସ।ଏହାର ସଂକଳନ କରିଥିଲେ ନେତା ଶ୍ରୀ ଦିଲ୍ଲୀପ ମଲ୍ଲିକ।

ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ଶ୍ରୀ ବିଶ୍ୱରଂଜନ ମିଶ୍ର।କଟକରେ ଜାଇକା, ଆଇନ ଶୃଙ୍ଖଳା ଅବନ୍ନତି,ବିଦେଶୀ ଅନୁପ୍ରବେଶ,ଗୋହତ୍ୟା,ପରିମଳ ଅବ୍ୟବସ୍ଥା, ପଙ୍କ ଉଦ୍ଧାର ରେ ଦୁର୍ନୀତି, ସ୍ୱଚ୍ଛ ଭାରତ ମିଶନ ବିଫଳତା,ଶିକ୍ଷାନୁଷ୍ଠାନ ଓ ବସତି ପାଖରେ ମଦ ଦୋକାନ,ମହିଳା ଡେସ୍କ ନଖୋଲିବା,ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ନବୀକରଣ ନାମରେ ଦୁର୍ନୀତି, ତାଳଦଣ୍ଡା କେନାଲ ବହୁମୁଖୀ ଯୋଜନାରେ ଭ୍ରଷ୍ଟାଚାର, ସିଏମସି ରୁ ହରିଲୁଟ ଆଦି ବିଷୟରେ ସଦସ୍ୟ ମାନେ ଘୋର ଉଦବେଗ ପ୍ରକାଶ କରିଥିଲେ।

ଏହାକୁ ସମର୍ଥନ ଜଣାଇ ଚର୍ଚ୍ଚା ରେ ଭାଗ ନେଇଥିଲେ ସର୍ବଶ୍ରୀ ବୈଦେଶ୍ୱର ପଣ୍ଡା ସବ୍ୟସାଚୀ ମହାପାତ୍ର, ସତ୍ୟବ୍ରତ ମିଶ୍ର,କର୍ପୋରେଟର ଗଗନ ଓଝା ଓ ଦୀପକ ଦାସ,ମିଲନ ବଡୁ, ମହମ୍ମଦ ସବିର,ଦେବାନନ୍ଦ ସିଂ,ଲଲାଟେନ୍ଦୁ ଦାସ, ରାଜନନ୍ଦିନୀ ସିଂହ।ଏହାର ସଂକଳନ କରିଥିଲେ ରାଜ୍ୟର ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି।ଜୁଲାଇ 2/3ରେ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ର ବୃତ୍ତ ରଖିଥିଲେ ରାଜ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା। ଧନ୍ୟବାଦ ଦେଇଥିଲେ ଶ୍ରୀମତୀ କଳ୍ପନା ପଟ୍ଟନାୟକ।

ଶ୍ରୀ ଗୁରୁଦତ୍ତ କର,ଶାକ୍ୟସିଂ ମିଶ୍ର,ଗୀତା ଦାସ,ନାରାୟଣ ପ୍ରସାଦ ମହାନ୍ତି,କର୍ପୋରେଟର ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା,ରାକେଶ ସ୍ବାଇଁ ଓ ଲିପ୍ସା ନାଏକ,ଦେବାଶିଷ ରାୟ, ସୁଧୀର ଶତପଥୀ,ପ୍ରବୀଣା ମହାପାତ୍ର, ଅମିତ ମିତ୍ର,ସୁଜାତା ମହାନ୍ତି, ରାଜକିରଣ ସନ୍ତୁକା,ସୁଶାନ୍ତ ମହାନ୍ତି, ରୁଦ୍ର ଦାସ,ସଂଯୁକ୍ତା ମିଶ୍ର,ରତନ ମହାନ୍ତି,ନିତାଇ ଗୌର ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର,ଅକ୍ଷୟ ଆଚାର୍ଯ୍ୟ,ନରସିଂହ ସାହୁ,ପ୍ରବୀଣ କମାଣି,ସୁବାଷ ମହାନ୍ତି,ଜୟକୃଷ୍ଣ ସ୍ବାଇଁ,ନିତାଇ ନନ୍ଦ, ଶିବ ନାଏକ,ସଂଗ୍ରାମ ସିଂ,ଜ୍ୟୋତି ସାହୁ,ୱାଇ ୱାଣୀ,ସ୍ବପ୍ନା ମଲ୍ଲିକ, କବିନ୍ଦ୍ର ମହାରଣା,ସୁଜାତା ଭରଦ୍ବାଜ,ଭାରତୀ ପାଣି,ସରିତା ଶୁକ୍ଲ, ବିଶ୍ବରଥୀ ସ୍ବାଇଁ,ଶିବ ରାଉତ,ଶ୍ରୀନିବାସ ରେଡି,ଧିରପ୍ରସାଦ ମହାନ୍ତି,ସୁମିତ୍ରା ସାମଲ,ଶିଳ୍ପା ଗିରି ଗୋସ୍ୱାମୀ,ନଳିନୀ ରାୟ, ବିଶ୍ୱଜିତ ମହାପାତ୍ର,ଶୁଭାଶିଷ କର,ଗଙ୍ଗାଧର ସାହୁ,ସଞ୍ଜୟ ଶଃ,ଅଳକା ମହାନ୍ତି, ଶରତ ଭୋଳ,ଭବାନୀ ନାଏକ,ଦୀପ୍ତି ଜେନା,ଭି ସ୍ୱାତୀ, ସ୍ବର୍ଣ୍ଣଲତା ସେଠି,ନରହରି ଦାସ,ରମେଶ ପ୍ରଧାନ,ଅରୁଣ ବେହେରା,ପୁର୍ଣ୍ଣଚନ୍ଦ୍ର ଜେନା,ସତ୍ୟ ଦାସ, ସନ୍ଦିପ ମହାପାତ୍ର, ଦେବାଶିଷ ସାମନ୍ତରାୟ,ତାରାପ୍ରସାଦ ମହାନ୍ତି, କାମାକ୍ଷା ମିଶ୍ର,ସବିତା ବେହେରା, ପ୍ରିୟମ୍ବଦା ଦାସ,ସରୋଜ ରାଉତ,ସୌମ୍ୟଶଙ୍କର ରାଜ,ସୁର୍ଯ୍ୟ ନାରାୟଣ ବେହେରା,ଯୋଗେନ୍ଦ୍ର ବେହେରା, ଅମ୍ରିତ ଆଚାର୍ଯ୍ୟ,ରଶ୍ମି ମହାପାତ୍ର ସତ୍ୟଜିତ ମହଲା,ଚିରଞ୍ଜୀବ ଖଣ୍ଡାୟତ ରାୟ,କବିତା ଦଳେଇ,ଭାରତୀ ପାଣି ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପି ନେତାଙ୍କ ରିସୋର୍ଟରେ ଚାଲିଥିଲା ବେଶ୍ୟାଳୟ ମିଳିଲା ୪୦୦ ମଦ ବୋତଲ ୫୦୦ କଣ୍ଡୋମ ୬ ଜଣ ଶିଶୁ ଉଦ୍ଧାର;୭୩ ଗିରଫ....

Sun Jul 24 , 2022
ଏସ.ବାସ୍ତବ : ମେଘାଳୟର ପଶ୍ଚିମ ଗାରୋ ହିଲ ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ରିସର୍ଟ ଉପରେ ପୋଲିସର ଚଢ଼ାଉ ବେଳେ ଏକ ବେଶ୍ୟାଳୟ ଖୋଲି ଏହି ରିସୋର୍ଟରେ କାର୍ଯ୍ୟ କରାଯାଉଛି ବୋଲି ପୋଲିସ ଅଧିକାରୀ ଦାବି କରିଛନ୍ତି। ଏହି ଆକ୍ରମଣରେ ପୋଲିସ ଟିମ୍ ୬ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ୭୩ ଜଣଙ୍କୁ ଗିରଫ କରିଛି। ଏଥି ସହ ଅଭିଯୁକ୍ତଙ୍କୁ ବିଜେପିର ରାଜ୍ୟ ଉପାଧ୍ୟକ୍ଷ ଆତ୍ମା ଗୋପନ କରିଥିବା […]

You May Like

Pin It on Pinterest