ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ?

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୪।୦୭ ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ? ନିଶା କବଳରୁ ମୁକୁଳି ପାରିବେତ ଚକଲେଟ ହିରୋ ? ଗଂଜା ,ଚାରାସ ,ଡ୍ରଗ୍ସର ଜାଲରେ ,ଓଡ଼ିଶାର ଯୁବପିଡ଼ି ଶିକାର ହେବାକୁ ଲାଗିଛନ୍ତି ।ଆଜିର କଳାକାର କିପରି ସୁଟିଂ ସେଟକୁ ନିଶା ନେଇ ଆସୁଛନ୍ତି କାଲି ସୋସିଆଲ ମିଡିଆରେ,ଜଣେ ସିନେ ନିର୍ଦେଶକ ଙ୍କ ବାଇଟ ସମସ୍ତେ ଶୁଣିଥିବେ ।ବାବୁଶାନଙ୍କ ପ୍ରସଙ୍ଗରେ ମାଆ ଅପରାଜିତ ମହାନ୍ତି ମୁହଁ ଖୋଲିବା ପରେ।ଅଡୁଆ ସୁତାର ଖିଅ ଯେମିତି ଆହୁରି ଅଡୁଆ ହେଲାପରି ଲାଗୁଛି । ସେ କହିଛନ୍ତି ଯେ, ଖରାପ ସଙ୍ଗତରେ ପଡ଼ିବାରୁ ତାର ସର୍ବନାଶ ହେଲା ।୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି।କୋଭିଡ ସମୟରେ ଅବାଟକୁ ଚାଲିଯାଇଛି ବାବୁସାନ । ଅପରଜିତା ଯେପରି ବହୁତ କିଛି କହିବାକୁ ଚାହୁଁଥିଲେ ହେଲେ କହିପାରୁ ନଥିଲେ ।

ସ୍ତ୍ରୀ ତୃପ୍ତିଙ୍କୁ କହିବା ମତରେ ଏବେ ସବୁବେଳେ ନିଶାରେ ବୁଡି ରହୁଛନ୍ତି ବାବୁସାନ।ଆହୁରି ମଧ୍ୟ କହିଛନ୍ତି ତାଙ୍କ ବେଡ଼ରେ ଉଭୟଙ୍କୁ ଧରିଛନ୍ତି। ତାଙ୍କର ଦୁର୍ବଳତା ଯାହାକୁନେଇ ଅନ୍ୟମାନେ କହିବା ଅନୁଯାଇ ବାବୁସାନ କହୁଥିଲେ ତାଙ୍କୁ କେହି ବ୍ଲାକମେଲ କରୁଛି । ଏଠି ପ୍ରଶ୍ନ ଉଠୁଛି କଣ ତାଙ୍କର ଏମିତି ଦୁର୍ବଳତା ଯାହାକୁ ନେଇ କେହିତାଙ୍କୁ ବ୍ଲାକମେଲ କରୁଛି ? ଓଡ଼ିଶାରେ ବାବୁଶାଙ୍କ ଜୀବନରେ କିଏ ସେହି ରିଆ ଚକ୍ରବର୍ତୀ ? ମା ଅପରଜିତାଙ୍କ ମତରେ “ସେ ଯେଉଁମାନଙ୍କୁ ଅତି ଭଲ ପାଏ,ସେମାନଙ୍କ କଥା ବି ମାନିଲା ନାହିଁ ‘।

ସେପଟେ ଖାରବେଳନଗର ଥାନାରେ ଦାଏର ହୋଇଥିବା ୨ଟି ମାମଲାକୁ ଭିତି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ପ୍ରଥମେ ସାତଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଆଉ ବାକି ବାବୁଶାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି କରିଛି । ଚେନ୍ନାଇରୁ ଫେରିବା ପରେ ଉଭୟ ଆସି ଥାନାରେ ନିଜ ନିଜ ପକ୍ଷ ରଖିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟର ପ୍ରରୋଚନାରେ ପଡ଼ି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ ପୁଅକୁ କହିଛନ୍ତି। ପରିବାର ଲୋକ ସବୁବେଳେ ତୋ ସହିତ ରହିଛନ୍ତି।ଆଃ ଘରକୁ ଫେରିଆ । ସମସ୍ତେ ବିଚାର କରିବା ଦରକାର ନିସ୍ସସକ୍ତ ହୋଇ ବା କରାଇ ଏମିତି କିଛି ନହେଉ ସାରା ଓଡିଶା ବାସୀଙ୍କ ଆଖିରେ ଲୁହ ଆସୁ ।ଏପରି ଚରିତ୍ର ମାନଙ୍କୁ କଡ଼ାରୁ କଡା ସଜ୍ଜା ହେଉ |ଆହୁରି ଏକ ଦିଗ ପ୍ରତି ଆଇନଗତ ନଜର ପଡିବା ଦରକାର ଓଡ଼ିଆ ଯୁବ କଳାକାରଙ୍କ ମଧ୍ୟରେ ଡ୍ରଗ୍ସ ଏକ ବେପାରର ରୂପ ଯେପରି ନ ନିଏ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଦୌପ୍ରଦୀ ମୁର୍ମୁ ଶପଥ ନେବେ : ମୁଁ ଜାଣେନି ପରବର୍ତ୍ତୀ ସମୟରେ ନିଜ ବନ୍ଧୁଙ୍କୁ ଭେଟିବା ବେଳେ'ଆପଣ'ବା 'ତୁ'ରେ ସମ୍ବୋଧନ କରିବି …

Mon Jul 25 , 2022
ଏସ.ବାସ୍ତବ:ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଆଜି(ସୋମବାର) ଦିଲ୍ଲୀରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ, ଓଡିଶାର ତାଙ୍କ ବନ୍ଧୁ ଏବଂ ପଡ଼ୋଶୀମାନେ ବର୍ତ୍ତମାନଠାରୁ କିପରି ତାଙ୍କ ବନ୍ଧୁଙ୍କୁ ସମ୍ବୋଧିତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗାଁର ବାସିନ୍ଦା ରାମଚନ୍ଦ୍ର ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁଙ୍କ ସହରର ସମସ୍ତେ ଅତ୍ୟନ୍ତ ଆନନ୍ଦିତ। ଯଦିଓ ସେ ନିଜେ ବୁଝିପାରୁ ନାହାଁନ୍ତି ଯେ ପରବର୍ତ୍ତୀ […]

You May Like

Pin It on Pinterest