ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଜାଙ୍ଗେଡ ପଞ୍ଚାୟତ ଢେମସା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…


ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାଵିରା ବ୍ଲକ ଅଧିନସ୍ଥ ଜାଙ୍ଗେଡ ଗ୍ରାମ ପଞ୍ଚାତର ଢେମସା ଗ୍ରାମରେ ଯୁବଗୋଷ୍ଠୀ,ଗ୍ରାମବାସୀ ଓ ବନ ବିଭାଗ ର ମିଳିତ ଆନୁକୁଲ୍ୟରେ ଗ୍ରାମ ର ସରକାରୀ ଜମିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପରିବେଶ ସୁରକ୍ଷା,ଅସମୟ ରେ ବୃଷ୍ଟିପାତ,ଅକ୍ସିଗେନ୍ ର ଅଭାବ ଆଦି ଅନେକ ସମସ୍ୟା ଗୁଡ଼ିକୁ ଆଖି ଆଗରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରବଣ କୁମାର ପରିଚ୍ଛା,ଗ୍ରାମର ପଞ୍ଚାନନ ତ୍ରିପାଠୀ,ତୋଷ ଧର,ରମେଶ ମିର୍ଦ୍ଧା,କୃଷ୍ଣ ଚନ୍ଦ୍ର ପରିଛା,ମନୋଜ ନାଥ,ଶଙ୍କର ଭୁଏ,ରଘୁନନ୍ଦନ ଧର ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରେ ସମସ୍ତ ଗ୍ରାମବାସୀ ଆମ୍ବ,ନିମ୍ବ,ସାବୁନ, ପୋଟାସ,କୃଷ୍ଣଚୂଡ଼ା ଇତ୍ୟାଦି ପାଖାପାଖି ହଜାର ହଜାର ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଏକ ମହତ୍ ଉଦ୍ଧେଶ୍ୟରେ ଆଗାମୀ ଦିନରେ ବୃକ୍ଷ ଗୁଡ଼ିକ ପ୍ରତି ଯତ୍ନବାନ ହେବେ ବୋଲି ସଂକଳ୍ପ ବଦ୍ଧ ରହିଥିଲେ।ଏଥିରେ ଦେବ୍ରି ଗଡ ଫରେଷ୍ଟର ଲୋକେଶ୍ୱର୍ ଭୋଇ,ଗିରୀ ରାଜ୍ କୁମ୍ଭାର ଓ ସରକାରୀ ନର୍ସରୀ କର୍ମଚାରୀ ରୋହିତ ମିର୍ଦ୍ଧା ଙ୍କ ସକ୍ରିୟ ଉପସ୍ଥିତି ରହିଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇହ ଧାମ ତ୍ୟାଗ କଲେ ପ୍ରଭାବତୀ ଦାସ,୯୦ ବର୍ଷ ବୟସ ରେ ପରକରିଦେଲେ ନିଜ ଲୋକଙ୍କୁ ....

Mon Jul 25 , 2022
ବରଗଡ଼ :(ବାସ୍ତବ ଟିଭି ନବୀନ ଦାଶ): ବରଗଡ ଜିଲ୍ଲା ଥୁଆପାଲି ର ସ୍ଵର୍ଗତ ଗୌରୀଶଙ୍କର ଦାସ ଙ୍କ ଧର୍ମପତ୍ନୀ ପ୍ରଭାବତୀ ଦାସ ୯୦ ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଛି।ସେ ଜଣେ ଧର୍ମ ପରାୟଣ,ସମାଜ ସେବୀ ତଥା ପରୋ ପକାରୀ ଥିଲେ।ତାଙ୍କ ଦେହାନ୍ତ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଅନ୍ତିମ ଦର୍ଶନ ରେ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ ସାମିଲ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରି […]

You May Like

Pin It on Pinterest