
ସଞ୍ଜୟ ଶତପଥୀ(କଟକ):ଆଜି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ଉପଲକ୍ଷେ କଟକନଗର ବାରବାଟୀ ନିର୍ବାଚନ ମଣ୍ଡଳୀରେ ଭାଜପା ତରଫରୁ ମର୍କତ ନଗର,ଚାନ୍ଦିନୀ ଚୌକ,ଗୌରୀଶଙ୍କର ପାର୍କ ଓ ଗଡ଼ଚଣ୍ଡୀଙ୍କ ସ୍ଥାନରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା।
ବାଇମୁଣ୍ଡି ମଣ୍ଡଳରେ ସଭାପତି ଲଲାଟେନ୍ଦୁ ଦାସ,କାଠଯୋଡ଼ି ମଣ୍ଡଳ ସଭାପତି ରତନ ମହାନ୍ତି, ଗୋପାଳଜୀଉ ମଣ୍ଡଳ ସଭାପତି ଦେବାନନ୍ଦ ସିଂ ଓ ବାରବାଟି ମଣ୍ଡଳ ସଭାପତି ଶ୍ରୀମତୀ ନମିତା ମିଶ୍ର ଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ଗୁଡିକରେ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ବିଶ୍ୱରଞ୍ଜନ ମିଶ୍ର ବିବେକାନନ୍ଦ ନାଏକ,ଜୟକୃଷ୍ଣ ସ୍ବାଇଁ,ଦେବାଶିଷ ରାୟ,ଅମିତ ମିତ୍ର,ସତ୍ୟବ୍ରତ ମିଶ୍ର,ମହମ୍ମଦ ସବିର,ଶିବ ନାଏକ,ବିଜୟ ସେଠି,କର୍ପୋରେଟର ଲକ୍ଷ୍ମୀଧର ବେହେରା,ବିଜୟ ଦଳେଇ,କଲ୍ୟାଣି ମହଲା, ରୀତା ମହାପାତ୍ର,ନିରଞ୍ଜନ ବେହେରା,ସୁଶାନ୍ତ ମହାନ୍ତି, ପ୍ରତିମା ସ୍ବାଇଁ, ସଂଗ୍ରାମ ସିଂ,ଦେବୀ ମହାପାତ୍ର,ଜ୍ୟୋତିପ୍ରକାଶ ସାହୁ,ପ୍ରଶାନ୍ତ ଦାସ,ବିଶ୍ୱଜିତ ମହାପାତ୍ର,ସଦାନନ୍ଦ ବିଶ୍ୱାଳ,ଜୀବନଜ୍ୟୋତି ଦାସ, ୱାଇ ବାଣି,ବିଶ୍ୱଜିତା ଜେନା,ବିଚିତ୍ରାନନ୍ଦ ମାଝୀ,ସବିତା ପଟ୍ଟନାୟକ, ଅଭିଳାଷ ଜେନା,ସଂଜୀବ ମହାପାତ୍ର, ମହମ୍ମଦ ଅର୍ଶଲନ,ପ୍ରତୀକ ମହାନ୍ତି,ଦିଲ୍ଲୀପ ଦାସ, ମନୋରମା ରାଉତ,ଦେବାଶିଷ ସାମନ୍ତରାୟ,ସୁଜାତା ଭରଦ୍ବାଜ,ସତ୍ୟଜିତ ମହଲା,ବିନୟ ଦାଶ, ରଶ୍ମି ମହାପାତ୍ର, କବି ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବକ୍ତାମାନେ ଓଡ଼ିଶା ଭଳି ପଛୁଆ ରାଜ୍ୟରୁ ରାଷ୍ଟ୍ରପତି ଚୟନ କରିଥିବାରୁ ଏଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଧମେନ୍ଦ୍ର ପ୍ରଧାନ,ଭାଜପା କେନ୍ଦ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।କାର୍ଯ୍ୟକର୍ତା ମାନେ ଉପସ୍ଥିତ ଜନତାଙ୍କ ମଧ୍ୟରେ ବାଣ ଫୁଟାଇ,ମିଷ୍ଟାନ୍ନ ବାଣ୍ଟି ଆନନ୍ଦ ଉପଭୋଗ କରିଥିଲେ।