
ବରଗଡ଼ :(ବାସ୍ତବ ଟିଭି ନବୀନ ଦାଶ): ବରଗଡ ଜିଲ୍ଲା ଥୁଆପାଲି ର ସ୍ଵର୍ଗତ ଗୌରୀଶଙ୍କର ଦାସ ଙ୍କ ଧର୍ମପତ୍ନୀ ପ୍ରଭାବତୀ ଦାସ ୯୦ ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଛି।ସେ ଜଣେ ଧର୍ମ ପରାୟଣ,ସମାଜ ସେବୀ ତଥା ପରୋ ପକାରୀ ଥିଲେ।ତାଙ୍କ ଦେହାନ୍ତ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଅନ୍ତିମ ଦର୍ଶନ ରେ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ ସାମିଲ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରି କରିଥିଲେ।ଏହି ସମୟରେ ପୁଅ,ଝିଅ, ଜୋଇଁ,ନାତି ନାତୁଣୀ,ବହୁ ବନ୍ଧୁ ବାନ୍ଧବ ଉପସ୍ଥିତ ରହିଥିଲେ।ଭୋଇପାଲି ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା।ତାଙ୍କର ବଡ଼ ପୁଅ ସନାତନ ଦାସ ମରଶରୀର ମୁଖାଗ୍ନି ଦେଇଥିଲେ।