ଏଲଆଣ୍ଡଟି କମ୍ପାନୀକୁ ବ୍ଲାକ୍ ଲିଷ୍ଟ କରାଯାଉ -ତାରା…

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଏଲ ଆଣ୍ଡ ଟି କଂପାନୀକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ । ପ୍ରଶ୍ନକାଳରେ ହଟ୍ଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ସରକାରୀ ସମ୍ପତ୍ତିକୁ ଏଲଆଣ୍ଡଟି କମ୍ପାନି ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା ୨୦ କୋଟି ଟଙ୍କା ୧୨୦ କୋଟିରେ ପହଞ୍ଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି ।

ଏନେଇ ବାଚସ୍ପତି ରୁଲିଂଦେଇ ବାଚସ୍ପତି କହିଛନ୍ତି ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିବାରୁ ରୁଲ ୬୦ (୭) ଅନୁସାରେ ଆଲୋଚନା ପରିସରଭୁକ୍ତ ହେବ ନାହିଁ। ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣା ଯାଉନାହିଁ।ହେଲେ ବିଜେପି ବାଚସ୍ପତିଙ୍କ କଥାକୁ ଗ୍ରହଣ କରି ନାହିଁ। ବିଜେପି କହୁଛି ସବଯୁଡିସ ନାହିଁ ହାଇକୋର୍ଟରେ ଗ୍ରହଣ ହୋଇ ନାହିଁ। ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି ୨୦୦୪ରୁ ୨୦୨୨ ପର୍ଯ୍ୟନ୍ତ ସରକାର ଏହି ଘଟଣାକୁ ଗୁରୁତର ସହ ନେଲେନି। ସରକାରଙ୍କ ସମ୍ପତ୍ତି କେମିତି ଘରୋଇ କମ୍ପାନି ସିଜ କଲା। ସରକାରଙ୍କ ଗୁପ୍ତ ତଥ୍ୟ ରହିଥିବା କମ୍ପ୍ୟୁଟର ଉକ୍ତ କମ୍ପାନି ନେଇ ଯାଇଛି। ତେଣୁ ସେହି କମ୍ପାନିକୁ ବ୍ଲାକ ଲିଷ୍ଟ କରାଯାଉ। ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରଯାଉ। ଅନ୍ୟପଟେ ଗୃହରେ ବିଜେଡି ଜବାବ ରଖି କହିଛି, ବାଚସ୍ପତିଙ୍କ ରୁଲିଂ ସୁପ୍ରିମ ହେବା ଦରକାର। ଏହି ଆଲୋଚନା କରିବା ପାଇଁ ଅନ୍ୟ ଫୋରମ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗ ଆଲୋଚନା ହେଲେ କେସ ଉପରେ ପ୍ରଭଵ ପଡ଼ିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମନ୍ମଥ ଅଙ୍କଲଙ୍କ କଥା ମାନିଲେକି ବାବୁସାନ ବାପା,ମାଆଙ୍କ ପାଖକୁ ଯିବି ବୋଲି କହିଛନ୍ତି...

Wed Jul 27 , 2022
ଏସ୍.ବାସ୍ତବ ୨୭।୦୭ : ମନ୍ମଥ ଅଙ୍କଲଙ୍କ କଥା ମାନିଲେକି ବାବୁସାନ ? ପ୍ରକୃତି ଫେରିବାର ଗୋଟିଏ ଦିନ ପରେ ପିଫରି ଆସିଛନ୍ତି ବାବୁ ।ଗତ କାଲି ମନମତ୍ତହ ମିଶ୍ର ଏକ ଟିଭି ଚ୍ୟାନେଲ କୁ ଫୋନ ଯୋଗେ ଦେଇ ଥିବା ସାକ୍ଷାତକାରରେ ବାରମ୍ବାର କହିବାର ଶୁଣାଯାଇଥିଲା,”ବାବୁ ତମେ ତୁମ ବାପାମାଙ୍କ ପାଖକୁ ଫେରିଯାଅ ବୋଲି ମୁ ବାବୁଙ୍କୁ କହିଛି “।ପରି ଶେଷରେ ଅଙ୍କଲଙ୍କ କଥା ମାନିଛନ୍ତି ବାବୁସାନ । ଚେନ୍ନାଇରୁ […]

You May Like

Pin It on Pinterest