ଓଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ…

ପ୍ରମୋଦ ନାୟକ(ଭୁବନେଶ୍ୱର):ରାଜ୍ୟ ସରକାର ୧୧ ଜଣ ଓଏଏସଙ୍କୁ ବଦଳି କରିଛନ୍ତି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଥିବା ରିନା ରାଉତଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଇନ୍ଦ୍ରମଣି ନାୟକଙ୍କୁ ପିଡି , ଡିଆରଡିଏ ବିଭାଗରୁ କଟକର ଅତିରିକ୍ତ କମିଶନର ଭାବେ ବଦଳି , ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ବଲାଙ୍ଗୀରରୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି, ପ୍ରତାପ ପ୍ରିତିମାୟାଙ୍କୁ ଉପଜିଲ୍ଲାପାଳ କେଉଁଝରରୁ ପିଡି, ଡିଆରଡିଏ ବିଭାଗକୁ ବଦଳି କରାଯାଇଛି।

ସେହିପରି ଲମ୍ବୋଦର ଧାରୁଆଙ୍କୁ ଉପଜିଲ୍ଲାପାଳ ବଲାଙ୍ଗୀରରୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ବଲାଙ୍ଗୀରକୁ ବଦଳି, ଶକ୍ତିକାନ୍ତ ରାୟଙ୍କୁ ଡିଆରଡିଏ ବିଭାଗରୁ ଓଟିଡିସିର ଜେନେରାଲ ମ୍ୟାନେଜର ଭାବେ ବଦଳି, କୁମାର ନାଗାଭୂଷଣଙ୍କୁ ଲୋୟର ସୁକତେଲ ଇରିଗେସନ ପ୍ରୋଜେକ୍ଟ ର ସ୍ପେଶାଲ ଏଲଏଓ ରୁ ବଲାଙ୍ଗୀର ଉପଜିଲ୍ଲାପାଳ ଭାବେ ବଦଳି , ତ୍ରିଲୋଚନ ମହାନ୍ତିଙ୍କୁ ପିଆର ଆଣ୍ଡ ଡିଡବ୍ଲ୍ୟୁ ବିଭାଗର ଯୁଗ୍ମ ସଚିବ ରୁ ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଯୁଗ୍ମ ସଚିବକୁ ବଦଳି, କୁମାର ନାଗା ଭୂଷଣଙ୍କୁ ଲୋୟର ସୁକତେଲ ଇରିଗେସନ ପ୍ରୋଜେକ୍ଟର ଅତିରିକ୍ତ ଦାୟିତ୍ୱ ମିଳିଛି ।

ସୁକାନ୍ତ କୁମାର ମାଝିଙ୍କୁ ଡିଆରଡିଏ ଝାରସୁଗୁୁଡାରୁ କେନ୍ଦୁଝର ଚମ୍ପୁଆ ଉପଜିଲ୍ଲାପାଳ ଭାବେ ବଦଳି , ତାରିଣୀ ସୁନାଙ୍କୁ ଏଲଏଓ କମ ଆରଆରଓ ଝାରସୁଗୁଡରୁ ଅନୁଗୁଳ ଆଠମଲ୍ଲିକର ସବ କଲେକ୍ଟର ଭାବେ ବଦଳି , ତପନ କୁମାର ନାଏକଙ୍କୁ ତହସିଲଦାର ଆନନ୍ଦପୁର ରୁ ଆଇଟିଡିଏ କେନ୍ଦୁଝରକୁ ବଦଳି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏଲଆଣ୍ଡଟି କମ୍ପାନୀକୁ ବ୍ଲାକ୍ ଲିଷ୍ଟ କରାଯାଉ -ତାରା...

Wed Jul 27 , 2022
ଭୁବନେଶ୍ବର(ବାସ୍ତବବ୍ୟୁରୋ): ଏଲ ଆଣ୍ଡ ଟି କଂପାନୀକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ । ପ୍ରଶ୍ନକାଳରେ ହଟ୍ଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ସରକାରୀ ସମ୍ପତ୍ତିକୁ ଏଲଆଣ୍ଡଟି କମ୍ପାନି ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା ୨୦ କୋଟି ଟଙ୍କା ୧୨୦ କୋଟିରେ ପହଞ୍ଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ […]

You May Like

Pin It on Pinterest