
ରାକେଶ ମହାନ୍ତି(କେନ୍ଦ୍ରାପଡା):୨୭-୦୭-ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଚେର ମାଡ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସଞ୍ଜୀବ ସିଂ ।
ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଞ୍ଜୀବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହା ପରେ କେନ୍ଦ୍ରାପଡ଼ା ସ୍ଥିତ ଭଡ଼ା ଘର ଓ ବାଲେଶ୍ୱର ପୈତୃକ ଘରେ ରେଡ୍ ଚାଲିଛି । ଅଲଗା ତିନୋଟି ଯାଗାରେ ମଧ୍ୟ ଚାଲିଛି ଭିଜିଲାନ୍ସ ର ରେଡ଼୍ ।
ସୂଚନା ଅନୁସାରେ, ଆସନ୍ତା ୩୦ରେ ଅବସର ନେଇଥାନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂ। ଚଢ଼ାଉ ବେଳେ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ ଟିମ୍ ।