କଟକ ଦଳିତ ଲୋକଙ୍କର ଜମି ହଡପ ଘଟଣାର ତଦନ୍ତ ଲାଗି ଓଡିଶା ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦାବୀ ପତ୍ର ପ୍ରଦାନ….

ସଞ୍ଜୟ ଶତପଥୀ(କଟକ):କଟକ ସହରରେ ବାସ କରୁଥିବା ଦଳିତ ଲୋକମାନଙ୍କର କଟକ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅଧୀନସ୍ଥ ସେକ୍ଟର-୧୩ ନମ୍ବର ଥିବା ୧୮୦ ଏକର ଜମିକୁ ଚଂଚକତା କରି ପୁଞ୍ଜିପତି ମାନଙ୍କୁ ହସ୍ତାନ୍ତର କରିବାର ତଦନ୍ତ ଦାବୀରେ କଟକର ଯୁବ ସମାଜସେବୀ ଶ୍ରୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ଶତାଧିକ ଦଳିତ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ମାନନୀୟ ମହାନିର୍ଦ୍ଦେଶକ, ଓଡିଶା ପୋଲିସ୍ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଘଟଣାରୁ ଜଣାଯାଏ ଯେ ସେକ୍ଟର-୧୩ ନମ୍ବର ରେ ୧୮୦ ଏକର ଜମି ଦଳିତମାନଙ୍କ ର ବୋଲି ମାନ୍ଯବର ଓଡିଶା ଉଚ୍ଚ ନ୍ଯାୟାଳୟ,ମାନ୍ଯବର ଉଚ୍ଚତମ ନ୍ଯାୟାଳୟ,ଭାରତ ତଥା ମାନନୀୟ ଆୟୁକ୍ତଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ହୋଇଥିବା ବେଳେ କଟକ ଉନ୍ନୟନ କର୍ତ୍ତୁପକ୍ଷ ଚଂଚକତା କରି ଉକ୍ତ ୧୮୦ ଏକର ଜମିକୁ ପୁଞ୍ଜିପତି ମାନଙ୍କୁ ହସ୍ତାନ୍ତର କରିଦେଇଛନ୍ତି। ଏହି ବିଷୟ ରେ ଦଳିତ ମାନଙ୍କ ପକ୍ଷରୁ ବାରମ୍ବାର କଟକ ଉନ୍ନୟନ କର୍ତ୍ତୁପକ୍ଷ ଓ କଟକ ମର୍କତ ନଗର ଫେଜ୍-୨ ଥାନାରେ ଅଭିଯୋଗ କରି ନିରାଶ ହେବା ଜଣାପଡିଛି।

ଏପରିକି ସୂଚନା ଅଧିକାର ଆଇନ୍ ଅନୁଯାୟୀ ତଥ୍ଯ ମାଗିବାରେ ସମ୍ପୂର୍ଣ୍ଣ ତଥ୍ଯ ପ୍ରଦାନ ରେ ଟାଳଟୁଳ ନୀତି ଦୁଇ ସରକାରୀ କାର୍ଯ୍ଯାଳୟ କୁ ସନ୍ଦେହ ଘେରକୁ ଟାଣି ଆଣିଛି। ଏହି ପରିପ୍ରେକ୍ଷୀରେ ଏହି ଘଟଣାର ବିଧୂବଦ୍ଧ ତଦନ୍ତ କରି ଉପଯୁକ୍ତ ନ୍ଯାୟ ଦେବାକୁ ଦଳିତ ଅଧୂବାସୀମାନେ ମାନନୀୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିବା ସହ ଯଦି ସେମାନଙ୍କୁ ଉପଯୁକ୍ତ ନ୍ଯାୟ ନ ମିଳେ ତାହାହେଲେ କଟକର ସମସ୍ତ ଦଳିତ ଅଧୂବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଧୀର ରଂଜନଙ୍କ ଇମୋସନାଲ କାର୍ଡ,ମୁଁ ଅନାଥ ନୁହେଁ, ସୋନିଆ ଗାନ୍ଧୀ ମୋର ଅଭିଭାବକ...

Fri Jul 29 , 2022
ଏସ୍.ବାସ୍ତବ:କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କ ବିବୃତ୍ତି ନେଇ ଲୋକସଭାରେ ହଂଗାମା ସୃଷ୍ଟି ହୋଇଛି । ମୁଦ୍ରାସ୍ଫୀତି, ଅଗ୍ନିପଥ, ବେକାରୀ ଭଳି ପ୍ରସଙ୍ଗରେ ବିରୋଧୀଙ୍କ ତୀବ୍ର ଆକ୍ରମଣର ସମ୍ମୁଖୀନ ହେଉଥିବା ସରକାର ବର୍ତ୍ତମାନ ସଂସଦରୁ ରାଜରାସ୍ତା ଯାଏଁ ଫ୍ରଡ଼ଫୁଟରେ ଅଛନ୍ତି। ଏହି ପୂରା ପର୍ଯ୍ୟାୟରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ମହାମହିମ ରାଷ୍ଟ୍ରପତିଙ୍କ ଆସନମାନକୁ ନେଇ କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ […]

You May Like

Pin It on Pinterest