
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭାରତର ସ୍ବାଧ୍ଵତାରର ୭୫ ବର୍ଷକୁ ‘ଆଜାଦିର ଅମୃତ ମହୋତ୍ସବ’ ଭାବେ ପାଳନ କରାଯାଇଛି, ଏହି ପରିପ୍ରେକ୍ଷିରେ ଶକ୍ତି ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗୁଡ଼, ଓପିଟିସିଏଲ ଏବଂ ଟିପିନଓଡ଼ିଏଲର ମିଳିତ ଭାବେ ଚାନ୍ଦବାଲି ବିଜୁସ୍ମୃତି ଭବନରେ ବିଜୁଳି ମହୋତ୍ସବ ଆୟୋଜନ କରାଯାଇଛି ।
ଏହି ବିଜୁଳି ମହୋତ୍ସବରେ ବିଶେଷ ଅତିଥ୍ ଭାବେ ବିଜୁଳି ବିଭାଗର ଏସି ଶ୍ରୀକାନ୍ତ କୁମାର ପାଣି, ଚାନ୍ଦବାଲି ତହସିଲଦାର, ବିଡ଼ିଓ, ଏନ ଏ ସି ଓପଂଚାୟତ ସମିତିର ଅଧ୍ୟକ୍ଷା ଉପସ୍ଥିତ ରହି ବିଜୁଳି ମହୋତ୍ସବରେ ସଫଳତାଉପରେ ଅଭିଭାଷଣ ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଦ୍ୟୁତ କ୍ଷେତ୍ରରେ ଲୋକାଭିମୂଖୀ ଯୋଜନାର ପ୍ରମୂଖ ସଫଳତାକୁ ପଦର୍ଶନ କରିବା ପାଇଁ ଏହି ବିଜୁଳି ମହୋତ୍ସବ ସାରା ଭାରତ ବର୍ଷରେ କରାଯାଇଛି ବୋଲି ବିଜୁଳି ବିଭାଗର ଏସି ଶ୍ରୀ ପାଣି ପ୍ରକାଶ କରିଥିଲେ ।