
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଛାତ୍ରୀଙ୍କୁ ଅସାଦାଚରଣ କରିବା ଘଟଣା ମହଙ୍ଗା ପଡ଼ିଲା ସଂପୃକ୍ତ ଶିକ୍ଷକଙ୍କୁ,ଶିକ୍ଷାବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଲନିମ୍ବନ କଲା ଶିକ୍ଷା ବିଭାଗ । ଚାନ୍ଦବାଲି ବ୍ଲକ ଶିକ୍ଷାଧୂରୀ ଅଧନ ଗୁଆଁଳ ଭାବେଶ୍ୱରନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଜଣକ ଅସାଦାଚରଣ କରିବା ଘଟଣାରେ ଗ୍ରାମବାସୀ ଶିକ୍ଷକ ଜଣଙ୍କୁଦିବାଲୋକରେ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ।
ଏହି ଘଟଣା ଚାନ୍ଦବାଲି ବ୍ଲକ ଶିକ୍ଷା ବିଭାଗର ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ ପାଇଁ ବିଆରସିସିଙ୍କୁ ତଦନ୍ତ ପାଇଁ ପଠା ଯାଇଥିଲା ଘଟଣାର ସତ୍ୟତା ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ନିର୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୧୨୬|୨୨ ମୂଳେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଣୟ ନାୟକ ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।



