
ଜୟନ୍ତ ଶତପଥୀ(ଡେରାବିଶି):ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଭଣାଗାଁ ଦଶ ନମ୍ବର ୱାର୍ଡ ରେ ଚାଲିଥିବା କଂକ୍ରିଟ ରୋଡ ଅତି ନିମ୍ନ ମାନର ହେଉଛି ବୋଲି ଗ୍ରାମବାସୀ ମାନେ କାମ ବନ୍ଦ କରି ଦେଇଛନ୍ତି | ଗୋଡି, ମେଣ୍ଟାଲ ଅତି ନିମ୍ନ ମାନର ଓ ସେଗୁଡାକ ସବୁ ଧଳା, ଚିଲା ବୋଲି କାମକୁ ଏକ ବର୍ଷ ହେଲାଣି ବନ୍ଦ କରିଥିଲେ |ହେଲେ ପୁଣି କାଲି କାମ ଆରମ୍ଭ କରାଯାଇଥିବା ବେଳେ, କୌଣସି ବ୍ଲକ ଅଧିକାରୀ କିମ୍ବା ପଂଚାୟତ ଅଧିକାରୀ ଏହି କାର୍ଯ୍ୟକୁ ତଦାରକ କରିନଥିଲେ |
ଫଳତଃ ଠିକାଦାର ୧୪/୧୫ ଭାଗରେ ମେଣ୍ଟାଲ ଫେଣ୍ଟା ଯାଇ ରାସ୍ତା ରେ ବିଛା ହେଉଥିବାର ଦେଖି, ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ, ୱାଲ ଖୋଳା ଏକ ଫୁଟ ଥିବା ବେଳେ ମାତ୍ର 3/4ଇଞ୍ଚ ଖୋଳି ବାଲି ପକାଇ ଢଳାଇ କରାଯାଉଥଲା | ଠିକାଦାର ଓ ଗ୍ରାମବାସୀ ମଧ୍ୟରେ ବଚସା ଜୋର ଧରିଥିଲା , କିଛି ଲୋକ ହାତରେ ମାପି ମଧ୍ୟ ଥିଲେ କେତେ ଢଳାଇ ପଡିଛି ଶେଷରେ ଗ୍ରାମବାସୀ ଙ୍କ ପ୍ରବଳ ବିରୋଧ ଯୋଗୁ କାମ ବନ୍ଦ ଅଛି , ପ୍ରଶ୍ନ ଉଠୁଛି ଦୁଇ ଲକ୍ଷ ଟଙ୍କା ର କାମ ହଉଛି କିନ୍ତୁ କୌଣସି ସରକାରୀ ଅଧିକାରୀ ଙ୍କୁ ଜଣାଇ ନାହାନ୍ତି, ନା ଜାଣିଶୁଣି ଅଧିକାରୀ ମାନେ କାମ ଉପରକୁ ତଦାରଖ ପାଇଁ ଆସୁନାହାନ୍ତି |ସରକାରୀ ଅଧିକାରୀ ମାନଙ୍କର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି |