ଦେବାହାଲ୍ ରେ ଜୟକିଶାନ ପାଠାଗାର ଆନୁ କୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ….

ନବୀନ ଦାଶ(ବରଗଡ଼)୩୧ ଜୁଲାଇ; ଦେବାହାଲ୍ ସ୍ଥିତ ଜୟକିଶାନ ପାଠାଗାର ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଦେବାହାଲ୍ ରେଳ ଷ୍ଟେସନ୍ ଛକ ଠାରୁ ରେଳ ଲାଇନ୍ କଡରେ ଥିବା ରାସ୍ତାର ଉଭୟ ପାଶ୍ୱରେ ପାଞ୍ଚସହ ବୃକ୍ଷ ରୋପଣ କରାଯାଇଥିଲା। ପାଠାଗାରର ସଭାପତି ଅବସରପ୍ରାପ୍ତ ସେନା କର୍ମଚାରୀ ସୁବେଦାର ମେଜର କାଶିଶ୍ଵର ବେହେରା ଓ ବ୍ରହ୍ମକୁମାରୀ ଭଉଣୀ ବନିତା ପ୍ରଥମ ବୃକ୍ଷ ରୋପଣ କରିଥିଲେ।

ଗ୍ରାମର ପ୍ରାୟ ପଚାଶ ଜଣ ଛାତ୍ରଛାତ୍ରୀ ଏହି କାର୍ଯକ୍ରମକୁ ଅତି ଉତ୍ସାହର ସହିତ ସୂଚାରୁରୂପେ କରିଥିଲେ। ପାଠାଗାର ର ସମସ୍ତ ପାଠକ ଓ ଗ୍ରାମବାସୀ, କୁନି ପିଲାମାନଙ୍କ ଏତାଦୃଶ କାର୍ଯକୁ ପ୍ରଶଂସା କରିବା ସହିତ ସେମାନଙ୍କ ପାଇଁ ଗର୍ବ ଅନୁଭବ କରିଥିଲେ। ପ୍ରଜାପୀତା ବ୍ରହ୍ମକୁମାରୀ ଅତାବିରା ଶାଖାର ଭାଇ ଓ ଭଉଣୀ ମାନେ ଏହି କାର୍ଯକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଏହାପରେ ପାଠାଗାରର ଗ୍ରନ୍ଥାଗାରୀ ବିନୟ କୁମାର ସାହୁଙ୍କ ସଂଯୋଜନାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। “ଆମେ ଆଗାମୀ ପିଢୀ ଠୁ ଏ ପରିବେଷ କରଜ ସୂତ୍ରରେ ଆଣିଚ୍ଛୁ”।

ଏହି ବାର୍ତ୍ତାଟିର ଅର୍ଥ ଉପସ୍ଥିତ ଅତିଥି ମାନଙ୍କ ମନକୁ ବେଶ୍ ଛୁଇଁ ଥିଲା । ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃକ୍ଷଗୁଡିକୁ ଲାଳନ ପାଳନ କରିବା ପାଇଁ ଶପଥ ନେଇଥିଲେ। ଜୟ କିଶାନ ପାଠାଗାର ବିଗତ କିଛି ବର୍ଷ ମଧ୍ୟରେ ବୃକ୍ଷରୋପଣ ଦ୍ଵାରା ଗ୍ରାମକୁ ଏକ ସବୁଜ ପରିବେଷରେ ପରିଣତ କରି ପାରିଛି ଏବଂ ଏହି ପ୍ରୟାସ ଜାରି ରହିବ । ବରାହଗୁଡା ସ୍ଥିତ ବରଗଡ଼ ବନଖଣ୍ଡ ରେଞ୍ଜର ଏହି କାର୍ଯକ୍ରମ ପାଇଁ ଚାରା ଯୋଗାଇଥିଲେ। କାର୍ଯକ୍ରମ ଶେଷରେ ଅରୁଣ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋଦୀଙ୍କ କ୍ୟାବିନେଟରେ ଖୁବ ଶୀଘ୍ର ବଡ ଧରଣର ଅଦଳ ବଦଳ ହେବ,ଜେଡିୟୁ ଏବଂ ସିନ୍ଦେ ଗ୍ରୁପ ସ୍ଥାନ ପାଇପାରନ୍ତି...

Mon Aug 1 , 2022
ଏସ୍.ବାସ୍ତବ:ବିଜେପି ନେତୃତ୍ୱ ଦ୍ୱାରା ମିଶନ ୨୦୨୪ ର ରଣନୀତି ଅନୁଯାୟୀ ସାଂଗଠନିକ ସ୍ତରରେ କରାଯାଉଥିବା ସମସ୍ତ ପରିବର୍ତ୍ତନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ନୂଆ ମୁହଁକୁ ନେଇ ସମ୍ପ୍ରସାରଣ ମଧ୍ୟ ରହିଛି। ସଂସଦର ମୋୖସୁମୀ ଅଧିବେଶନ ପରେ ଏହା କରାଯିବା ସମ୍ଭାବନା ରହିଛି। ଜେଡି (ୟୁ) ଏବଂ ଶିବସେନାର ବିଦ୍ରୋହୀ ଦଳ ସମ୍ପ୍ରସାରଣରେ ସ୍ଥାନ ପାଇପାରନ୍ତି। ସରକାରରେ ସହଯୋଗୀମାନଙ୍କଠାରୁ କେବଳ କିଛି କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଯଦି ମନ୍ତ୍ରୀ ମଣ୍ଡଳ […]

You May Like

Pin It on Pinterest