୧-ଆଜି ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ
୨-ଆଜି ୧୪ ଘଣ୍ଟିଆ ‘ଜନତା କର୍ଫ୍ୟୁ’: ଗଡିବନି ଘରୋଇ ବସ, ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ। ୩୭୦୦ ଟ୍ରେନ ରଦ୍ଦ, ଅନ୍ୟାଦେଶ ଯାଏଁ ଟ୍ରେନ-ଷ୍ଟେସନରେ ମିଳିବନି ଖାଦ୍ୟ।
୩-ମାସ୍କ ଓ ସାନିଟାଇଜର କଳାବଜାରୀ ବନ୍ଦ ପାଇଁ କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ।
୪-କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ଯର 5 ଜିଲ୍ଲା ( ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ) ଓ 7 ସହରକୁ ଲକ୍ ଡାଉନ ଘୋଷଣା କଲେ ସରକାର।
୫-ତାଲାବନ୍ଦ ବେଳେ ଖୋଲା ରହିବ ଗ୍ରୋସରୀ, ପାଣି,ଔଷଧ ଦୋକାନ ସହ ଜରୁରୀକାଳିନ ସେବା : ଟ୍ୟାକ୍ସି ଓ ଅଟୋରିକ୍ସା ଉପରେ କଟକଣା, ବାଦ ପଡିବ ମେଡିକାଲକୁ ଯିବା ଆସିବା କରୁଥିବା ଗାଡି।
୬-ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାରା ରାଜସ୍ଥାନ ଲକଡାଉନ, ହେଲା ଦେଶର ପ୍ରଥମ ରାଜ୍ୟ ।
୭-ନୂଆ ନିର୍ଦ୍ଦେଶାବଳୀ – ଜ୍ୱର କାଶରେ ଡାକ୍ତରଖାନା ଗଲେ ହେବ କରୋନା ପରୀକ୍ଷା।
୮-ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ କ୍ୟାମ୍ପେନ୍ ଆରମ୍ଭ କଲା ବଲିଉଡ୍, ଦେଶବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ କଲେ ଅନୁରୋଧ।
୯-ଭୁବନେଶ୍ୱର:୩୬୫ ଡାକ୍ତରଙ୍କୁ ନିର୍ଦ୍ଦେଶ: ମାସକ ଭିତରେ ଚାକିରିରେ ଯୋଗ ଦିଅ।
୧୦-ସରକାରଙ୍କ ବଡ଼ ଘୋଷଣା: ସ୍କୁଲ ପିଲାଙ୍କ ଘରେ ପହଞ୍ଚିବ ରାସନ, ଆଗୁଆ ମିଳିବ ଚାଉଳ।
୧୧-ଜଗଦଲପୁର:ବଡ ଧରଣର ନକ୍ସଲ ଆକ୍ରମଣ, ୭ ଯବାନ ସହିଦ୍, ୧୦ ଆହତ।
୧୨-ଆଜି ବନ୍ଦ ରହିବ ଛତ୍ର ବଜାର ଓ ମାଲ୍ ଗୋଦାମ।
୧୩-ଅଯୋଧ୍ୟା ରାମନବମୀ ଉତ୍ସବରେ କଟକଣା, ବାହାର ଲୋକଙ୍କୁ ସହରକୁ ନା।
୧୪-ଆଜି ଠାରୁ ଭୁବନେଶ୍ୱର, କଟକର ସବୁ ପାର୍କ ବନ୍ଦ।
୧୫–କରୋନା ପାଇଁ କେଜରିୱାଲଙ୍କ ବଡ ଘୋଷଣା: ମାଗଣାରେ ରାସନ,ପେନସନ୍ ଦ୍ୱିଗୁଣିତ ବାସହୀନଙ୍କୁ ଆଶ୍ରୟସ୍ଥଳରେ ମାଗଣାରେ ମଧ୍ୟାନ୍ନ ଓ ରାତ୍ରି ଭୋଜନ।
୧୬-ଆହୁରି ୩୬ ଘଣ୍ଟା ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା, ସତର୍କ ରହିବାକୁ ପରାମର୍ଶ।



