
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଚାନ୍ଦବାଲିରୁ ଭିତର କନିକା ଯାତ୍ରା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟକୁ ଆଜି ଉଦ୍ଘାଟାନ କରିଛନ୍ତି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଏସିଏଫ ଶ୍ୟାମା ଭାରତୀ । ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟ ରେ ଉନ୍ନତିମୂଳକ କାର୍ଯ୍ୟ ପରେ ପର୍ଯ୍ୟଟକ ମାନେ ସୁବିଧାରେ ଚାନ୍ଦବାରୁ ଭିତରକନିକା ଯାତ୍ରା ପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି, ଏଥିସହ ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କ.ମି ଜଳଯାତ୍ରା କରି ପର୍ଯ୍ୟଟକ ମାନେ ଆଜିଠୁ ଭିତରକନିକା ଯାତ୍ରା କରିବେ ।
ଏଥିନେଇ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ ରୁ ଆଜି ଭିତରକନିକା ଜଳଯାତ୍ରା ସେବାକୁ ନିଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଏସିଏଫ ଶ୍ୟାମା ଭାରତୀ ଓ ଅନ୍ୟ ଷ୍ଟାପ ଙ୍କ ସହ କିଛି ପର୍ଯଟକ ଉପସ୍ଥିତ ଥିଲେ। ।ଦେବକାନ୍ତ ମହାନ୍ତିଙ୍କ ରିପୋର୍ଟ ।