
ପ୍ରମୋଦ ନାୟକ(ଭୁବନେଶ୍ୱର)୦୩।୦୮: ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ ନିଆଯାଉଛି ।ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜାନ ଦାଶ ।
ସେ ଆହୁରୀ ଏକ ସୂଚନା ଦେଇଛନ୍ତି କି, ଯେଉଁ ବ୍ଲକ୍ ରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ। ମାଟ୍ରିକ ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲାଏ ପାଠ ଛାଡ଼ୁଛନ୍ତି । ବିଶେଷକରି ଛାତ୍ରୀ ମାନଙ୍କ ପାଇଁ ବିଶେଷ ସୁବିଧା ହେବ। ଏଥି ବିଭାଗ ପକ୍ଷରୁ ପଦକ୍ଷପ ନିଆଁ ଯାଉଛି ।