କୋଣାର୍କ ଓ ତାଜ ମହଲ ସମେତ ଦେଶର ସବୁ ସ୍ମାରକୀ ସ୍ଥଳରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ରବେଶ ଶୁଳ୍କ ନିଆଯିବ ନାହିଁ …

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ,ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ | ଅର୍ଥାତ ଯେ କୌଣସି ବି ବ୍ୟକ୍ତି ଏସବୁ ସ୍ମାରକ ଭିତରକୁ ମାଗଣାରେ ଯାଇପାରିବେ | ଅର୍ଥାତ୍ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀରେ ପ୍ରବେଶ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ମିଳିଥିବା ସୂଚନା ମୁତାବକ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଥିବାରୁ,କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୋସିଆଲ ମିଡିଆରେ,କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀ ବୁଧବାର ଏହି ସୂଚନା ଦେଇଛନ୍ତି। ଶ୍ରୀ ରେଡ୍ଡୀ କହିଛନ୍ତି ଯେ ଉତ୍ସବର ଏକ ଅଂଶ ଭାବରେ ଅଗଷ୍ଟ ୫ ରୁ ୧୫ ପର୍ଯ୍ୟନ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ତଥା ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ରେଡ୍ଡୀ ଲେଖିଛନ୍ତି ଯେ ଏଏସଆଇ ୫ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀ / ସାଇଟକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ମାଗଣା କରିଛି। ‘ଆଜାଦି କା ଅମୃତ ମହୋତ୍ସବ’ ଅଭିଯାନ ଅଧୀନରେ ଭାରତର ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆମେରିକା ଏବଂ ଚୀନ୍ ର ତିକ୍ତ ସମ୍ପର୍କରେ ତାଇୱାନ ମୋହରା ଚୀନ ଯୁଦ୍ଧ କରିବା କେତେ କଷ୍ଟସାଧ୍ୟ ?

Thu Aug 4 , 2022
ଏସ.ବାସ୍ତବ: ଚୀନ୍‌ର ସମସ୍ତ ଚେତାବନୀକୁ ଅଣଦେଖା କରି ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନ ଗସ୍ତ କରିଛନ୍ତି। ଏହି ସମୟରେ ଚାଇନାର ବିମାନଗୁଡ଼ିକ ମଧ୍ୟ ତାଇୱାନ ସୀମାରେ ପ୍ରବେଶ କରି ଆକାଶରେ ବୁଲୁଥିଲେ। କେବଳ ଏତିକି ନୁହେଁ, କ୍ରୋଧିତ ଚୀନ୍ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି କାର୍ଯ୍ୟରେ ଆପତ୍ତି ଜଣାଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଏକ ନିମ୍ନ ସ୍ତରରେ ପହଞ୍ଚିଛି ଏବଂ […]

You May Like

Pin It on Pinterest