ଆଜିର ଖାସ୍ ଖବର

୧-ଜନତା କର୍ଫ୍ୟୁ ପାଇଁ କୃତଜ୍ଞତା ଜଣାଇଲେ ମୋଦି, କହିଲେ ଏହା ଏକ ଲମ୍ବା ଲଢ଼େଇରେ ବିଜୟର ଆରମ୍ଭ।

୨-ଅଦ୍ଭୁତ ପୂର୍ବ ଜନତା କର୍ଫ୍ୟୁ,ସାରା ଦେଶ ନିସ୍ତବ୍ଧ,ନିର୍ଜନ।ଗାଡ଼ି ମୋଟର ଚଳାଚଳ ଠପ୍,ଦୋକାନ ବଜାର ସବୁ ବନ୍ଦ। ଘରେ ବନ୍ଦ ହେଲେ ୧୩୦କୋଟି ଲୋକ।

୩-ନୂଆ ଦିଲ୍ଲୀ:ଭାରତରେ ୩୯୬ କରୋନା ରୋଗୀ, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି।୭୫ଜିଲ୍ଲା ଲକଡାଉନ୍।

୪-କରୋନା ଯୁଦ୍ଧରେ ସାମିଲ ଥିବା ଲୋକଙ୍କୁ ଘଣ୍ଟି, ଥାଳି ଓ ତାଳି ମାରି ଉତ୍ସାହିତ କଲେ ସଜାଗ ଜନତା , ନେତା ଓ ଅଭିନେତା।ବେଲଣା କାଠିରେ ଥାଳି ବଜାଇଲେ ନବୀନ, ତାଳିମାରିଲେ ଜନତା।

୫-କରୋନା ଟେନସନ । ଦିଲ୍ଲୀରେ ୧୪୪ ଧାରା ଜାରି କଲା ଦିଲ୍ଲୀ ପୋଲିସ।

୬-ଭୁବନେଶ୍ୱର: ଆଗୁଆ ଦିଆଯିବ ତିନିମାସର ମଧ୍ୟାହ୍ନ ଭୋଜନ ଚାଉଳ। ପ୍ରଥମରୁ ପଞ୍ଚମ ପିଲାମାନେ ପାଇବେ ୩ କିଲୋ ଓ ଷଷ୍ଠରୁ ଅଷ୍ଟମ ପିଲାମାନେ ପାଇବେ ୪ କିଲୋ ୫୦୦ ଗ୍ରାମ।

୭-ଆଜିଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ।

୮-ରାଜ୍ୟରେ ବଢିନାହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର : ସୁବ୍ରତ ବାଗଚୀ

୯-ଆଜି ଠାରୁ CESUର ବିଲ୍ ସଂଗ୍ରହ କେନ୍ଦ୍ର ବନ୍ଦ।

୧୦-ମାର୍ଚ୍ଚ ୩୧ ଯାଏଁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ, ବୁକିଂ ଟଙ୍କା ଫେରସ୍ତ ପାଇବେ ଯାତ୍ରୀ।

୧୧-ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାହାରେ ବୁଲିବାରୁ ବିଏମ୍‌ସି ପକ୍ଷରୁ ୨ ଜଣଙ୍କ ନାଁରେ ଥାନାରେ ଏତଲା।

୧୨-କରୋନା ଯୋଗୁ କେବଳ ହାତଧୁଆରେ ମୁଣ୍ଡ ପିଛା ପ୍ରତିଦିନ ଖର୍ଚ୍ଚ ହେଉଛି ୨୦ ଲିଟର ଜଳ, ଶେଷ ହୋଇଯାଇପାରେ ବିଶୁଦ୍ଧ ଜଳ।

୧୩-ଆଜି ଠାରୁ ବଢ଼ିବ ତାତି,କା ଭାଁ ଝଡବର୍ଷା ସମ୍ଭାବନା।ପାଗ ରହିବ ଶୁଖିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Mar 24 , 2020
୧-କେରଳରେ ଗୋଟିଏ ଦିନରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ମହାରାଷ୍ଟ୍ରରେ ୮୯ ଛୁଇଁଲା। ୨-ନୂଆଦିଲ୍ଲୀ: ଭାରତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି,୪୭୧ ସଂକ୍ରମିତ। ପଞ୍ଜାବ, ମହାରାଷ୍ଟ୍ର ଓ ଚଣ୍ଡିଗଡରେ କର୍ଫ୍ୟୁ, ସମସ୍ତ ବିମାନ ସେବା ବନ୍ଦ। ୩-କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା : ଆଜି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ, ପୂର୍ବ ରାତି ୧୨ଟାରୁ ସିଟି ବସ୍ ସେବା ବନ୍ଦ । ୪-ଲକଡାଉନ୍ […]

You May Like

Pin It on Pinterest