ବିଜେପି ପାଇଁ ଅଣ୍ଟା ଭିଡୁଛନ୍ତି ଦାମ !

ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିରେ ଏବେ ଏବେ ବୈଜୟନ୍ତ ସାମିଲ ହୋଇଥିବା ନେଇ ଚର୍ଚ୍ଚା ନଥମୁଣୁ ପୁଣି ବଢିଲାଣି ଦାମଙ୍କୁ ନେଇ ଚର୍ଚ୍ଚା । ଦାମ ବାବୁ ଇସାରାରେ ଇସାରାରେ କଂଗ୍ରେସ କିମ୍ବା ବିଜେପିରେ ମିଶିବାକୁ କହିଛନ୍ତି । ତେବେ ସ୍ପଷ୍ଟ କହିନଥିଲେ ବି ତଥାପି ସେ କହିଛନ୍ତି ପ୍ରସ୍ତାବ ଯଦି ଆସେ ତାହାହେଲେ ସେ ଚିନ୍ତା କରିବେ । ଏବଂ ବିଜେପିରେ ମିଶିବାକୁ ନେଇ କିନ୍ତୁ ଦାମ ବାବୁ ରୋକ୍ ଠୋକ୍ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷେ ଦାମ ମଧ୍ୟ କହିଛନ୍ତି ନବୀନଙ୍କ ବିରୁଦ୍ଧରେ ସେ ଏକ ନୂଆ ଦଳ ଗଢିବାକୁ ଉଦ୍ୟମ କରିଥିଲେ । ଯାହାକି ସଫଳ ହୋଇପାରିଲାନାହିଁ । ଦାମଙ୍କର ଏଭଳି ମନ୍ତବ୍ୟ ସାଧାରଣ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ଅନ୍ୟପଟେ ଦାମଙ୍କ ପଦ୍ମ ଧରିବାକୁ ମନବଳାଉଥିବାରୁ ବିଜେଡ଼ି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବ ବୋଲି ସାଧାରଣରେ ଶୁଣିବାକୁ ମିଳୁଛି ।

ଏମିତି କହିବାକୁ ଗଲେ ନିର୍ବାଚନ ପୂର୍ବରୁ ବିଜେପିରେ ଦାମଙ୍କ ଯୋଗଦେବା ନେଇ ଚର୍ଚ୍ଚା ରାଜ୍ୟ ରାଜନୀତିର ପାରଦକୁ ଉଷ୍ମ କରିଛି । ଗତ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ଶାସକ ବିଜେଡି ସାମ୍ନାରେ ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ଏଥର ବିଜୟ ତିଳକ ପିନ୍ଧିବାକୁ ଭରପୁର ଉଦ୍ୟମ ଜାରି ରଖିଛି । ତେଣୁ ବିଜେଡ଼ି ସାମ୍ନାରେ ଦାମଙ୍କ ବାଣ ଓ ତୁଣ୍ଡ ଠିକ୍ କାମକରିବ ବୋଲି କିଛି ବିଜେପି ପ୍ରେମି କହିଛନ୍ତି । ଅନ୍ୟପଟେ ବିଜେଡ଼ି ବିପକ୍ଷରେ ଛିଡ଼ା ହୋଇଥିବା ଗୋଟିଏ ପରେ ଗୋଟିଏ ଅସନ୍ତୁଷ୍ଟିଆ ନେତାଙ୍କୁ ପଦ୍ମ ଧରାଇବାକୁ ରଣନୀତି କରୁଛି ବିଜେପି । ଯଦି ଚର୍ଚ୍ଚା ମୁତାବକ ଦାମ ପଦ୍ମ ପୋଖରୀରେ ବୁଡ଼ ଦିଅନ୍ତି ତେବେ ଆଗାମୀ ସାଧାରଣ ନିର୍ବାଚନୀ ମୈଦାନରେ ହାଇଭୋଲଟେଜ୍ ରାଜନୈତିକ ଡ୍ରାମା ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।
ତେବେ ଦାମଙ୍କର ଏଭଳି ପ୍ରତିକ୍ରିୟା ଦାମଙ୍କ ସମର୍ଥକଙ୍କୁ ଦ୍ୱନ୍ଦରେ ପକାଇବା ସହ କିଛି ସମର୍ଥକ ମାନଙ୍କୁ ଆନନ୍ଦ ମଧ୍ୟ ଦେଇଛି । ଖୋଲାଖୋଲି କହିବାକୁଗଲେ ଦାମ ବିଜେପି ପାଇଁ ଅଣ୍ଟା ଭିଡୁଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲୁଣି ପାଣିରେ ପଦ୍ମ ଫୁଟାଇବେ ଦାମ !

Sun Mar 10 , 2019
ଭୁବନେଶ୍ୱର(ବସ୍ତବ ଟିଭି):ବଦଳୁଛି ଦାମଙ୍କ ବୟାନ । ଘନ ଘନ ବଦଳାଉଛନ୍ତି ନିଜର ପ୍ରତିକ୍ରିୟା । ଏଇ ମାତ୍ର କିଛି ମାସ ବା ଦିନର କଥା ଯେବେ ବିଜେଡ଼ିରୁ ତଡ଼ା ଖାଇ ଘରକୁ ଫେରିଥିଲେ ଦାମ । ସେତେବେଳେ କେବଳ ଦାମଙ୍କ ବାଣରେ କମ୍ପୁଥିଲା ସାରା ବିଜେଡି ଶିବିର । ବିଜେଡିର ସମସ୍ତ ଗୁମରକୁ ପଦାରେ ପକାଇବା ସହ ଟାର୍ଗେଟ୍ ଯେମିତି କରିଥିଲେ ବିଜେଡିର ସୁପ୍ରିମୋ ନବୀନଙ୍କୁୁ । ଖାଲି ନବୀନ […]
dama & dharmendra

You May Like

Pin It on Pinterest