କାଳୀଗଳିରେ କାଠଯୋଡି ମଣ୍ଡଳ କଟକ ବିଜେପିର କାର୍ଯ୍ଯକାରିଣୀ ବୈଠକ…

ସଞ୍ଜୟ ଶତପଥୀ (କଟକ):ବିଜେପିର କାଠଯୋଡ଼ି ମଣ୍ଡଳରେ ମଣ୍ଡଳ ସଭାପତି ଶ୍ରୀ ରତନ ମହାନ୍ତିଙ୍କ ନେତୃତ୍ବ ରେ ମଣ୍ଡଳ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜନୈତିକ ଚିଠା ପ୍ରସ୍ତାବରେ କଟକ ସିଏମସି,ତଥା ରାଜ୍ୟ ବିଜୁ ଜନତା ଦଳର ଅପାରଗ ପଣିଆ ଓ ଦୁର୍ନୀତି କୁ ଘୋର ବିରୋଧ କରାଯାଇଥିଲା।କଟକରେ ମଶା,ପରିମଳ, ନାଳ ନର୍ଦ୍ଧମା,ପଙ୍କ ଉଦ୍ଧାର, ରାସ୍ତା ଘାଟ ଅବ୍ୟବସ୍ଥା, ବର୍ଷା ଜଳ ନିଷ୍କାସନ, ବିଜୁଳି ବିଭ୍ରାଟ,ଦୂଷିତ ପାନୀୟ ଜ୍ଵଳ ଓ ଜଳ ଯୋଗାଣରେ ଘୋର ଅନିୟମିତତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶିଥିଳତା ଆଦି ବିଷୟ ନେଇ କଟକ ମହାନଗର ନିଗମ ତଥା ଜିଲ୍ଲା ପ୍ରଶାସନ କୁ ନିନ୍ଦା କରି ଏଗୁଡ଼ିକୁ ତୁରନ୍ତ ସୁଧାରିବାକୁ ମଣ୍ଡଳ ନେତାମାନେ ଦାବୀ ରଖିଥିଲେ।

ମୁଖ୍ୟ ଅତିଥି ଭାବେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଯୋଗଦେଇ ବୁଥ ସ୍ତର ପର୍ଯ୍ୟନ୍ତ ପ୍ରବାସ କରି ତୃଣମୂଳ ସ୍ତରରେ ସଂଗଠନ ମଜଭୁତ କରିବାକୁ ବିଭିନ୍ନ ମାର୍ଗଦର୍ଶାଇଥିଲେ।ଆସନ୍ତା ଅଗଷ୍ଟ ୮ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସ୍ୱାଗତ କାର୍ଯ୍ୟକ୍ରମ ଏବଂ ସ୍ବାଧୀନତାର ପଚସ୍ତରୀ ବର୍ଷର ହରଘର ତିରଙ୍ଗା କାର୍ଯ୍ୟକ୍ରମ କୁ ଘରେ ଘରେ ପହଞ୍ଚାଇବାକୁ ଶ୍ରୀ ବଡୁ ନିବେଦନ କରିଥିଲେ।

ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ରଶ୍ମିରେଖା ଦାସ, ଜିଲ୍ଲାର ସାଧାରଣ ସମ୍ପାଦକ ଓ ମଣ୍ଡଳ ପ୍ରଭାରୀ ଶ୍ରୀ ବିବେକାନନ୍ଦ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଂଜନ ମିଶ୍ର,ସମ୍ପାଦକ ଶ୍ରୀ ଅମିତ ମିତ୍ର,ଶ୍ରୀ ରାଜକିରଣ ସନ୍ତୁକା ଓ ଶ୍ରୀମତୀ ସୁଜାତା ମହାନ୍ତି,ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଶିବପ୍ରସାଦ ସେଠୀ,ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ ସିଂ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର, ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର,ଗୋପାଳଜୀଉ ମଣ୍ଡଳ ସଭାପତି ଦେବାନନ୍ଦ ସିଂ,ବିଜୟ ଦଳେଇ, ୱାଇ ୱାଣୀ,ରୀତା ମହାପାତ୍ର,ସୁବାଷ ମହାନ୍ତି,ସୁଶାନ୍ତ ମହାନ୍ତି ଆଦି ନେତା ବକ୍ତବ୍ୟ ରଖିଥିଲେ। ପ୍ରତିମା ସ୍ବାଇଁ,ଦାଉଦ ଭାଇ,ସଞ୍ଜୟ ମୁଖୀ,ରଘୁନାଥ ଦତ୍ତ,ସତ୍ୟଭାମା ଘଡେଇ,ସତ୍ୟବ୍ରତ ଦୀକ୍ଷିତ,କବିନ୍ଦ୍ର ମହାରଣା,ଅନୁପମ ଦାସ,ଅଜୟ ସାହୁ ,ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଡି ଆସୁଛି ଦୁଇ ଦୁଇଟି ଲଘୁଚାପ ୭ ତାରିଖ ବେଳକୁ ପ୍ରଥମ ଆସୁଥିବା ବେଳେ,ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪...

Fri Aug 5 , 2022
ଭୁବନେଶ୍ୱର(ବାସ୍ତବବ୍ୟୁରୋ)୦୫/୦୮: ମାଡି ଆସୁଛି ଦୁଇ ଦୁଇଟି ଲଘୁଚାପ,ରାଜ୍ୟରେ ବର୍ଷା ବଢ଼ିବ । ପ୍ରଥମ ଲଘୁଚାପ ଆସନ୍ତା ୭ ତାରିଖବେଳକୁ ଆସୁଥିବା ବେଳେ,ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪ ତାରିଖବେଳକୁ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ୪.୫ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର […]

You May Like

Pin It on Pinterest