
କଟକର କର୍ମବୀର ଗୌରୀଶଙ୍କର ରାୟ ଟାଉନ୍ ହଲ୍ ଠାରେ “ଶ୍ରୀ ଗଣେଶ ମହାତ୍ସବ-୨୦୨୨” ର ପ୍ରସ୍ତୁତି ବୈଠକ ମହାସମାରୋହରେ ମହୋତ୍ସବ କମିଟିର ସଭାପତି ଶ୍ରୀ ସରୋଜ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ଅତିଥିମାନଙ୍କ ମଧ୍ଯରେ ମହୋତ୍ସବ କମିଟିର ମୂଖ୍ଯ ଉପଦେଷ୍ଟା ମାନ୍ଯବର ନ୍ଯାୟମୂର୍ତ୍ତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାଇଡୁ, ମୂଖ୍ଯ ପ୍ରୂଷ୍ଟପୋଷକ ବରିଷ୍ଠ ସାମ୍ବାଦିକ, ବରିଷ୍ଠ ରାଜନେତା, ଦୈନିକ ସମ୍ବାଦପତ୍ର “ସମ୍ବାଦ” ର ମୂଖ୍ଯ ତଥା ବିଧାୟକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ଅଧୀକ୍ଷକ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂ,ଅଭ୍ଯର୍ଥନା କମିଟିର ଅଧ୍ଯକ୍ଷ ପ୍ରଫେସର ଡଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରଦାନ କରିଥୂଲେ।
ପ୍ରଭୁ ବିଘ୍ନରାଜ ଶ୍ରୀ ଗଣେଶ ଙ୍କ ଏହି ମହୋତ୍ସବ ରେ କୌଣସି ବିଘ୍ନ ନ ହେଉ ଏହାହିଁ ସମସ୍ତଙ୍କର ପ୍ରାର୍ଥନା ବୋଲି ସମସ୍ତେ ପ୍ରକାଶ କରିଥୂଲେ। ଏହି ମହୋତ୍ସବ ର ପ୍ରସ୍ତୁତି ବୈଠକ ରେ କଟକ ସହରର ସମସ୍ତ ସାହିର ଯୁବକ ଓ ମୁରବୀମାନେ ଉପସ୍ଥିତ ରହି “ଗଣେଶ ମହାତ୍ସବ-୨୦୨୨” କୁ ସଫଳ କରିବାକୁ ସଙ୍କଳ୍ପ ନେଇଥିଲେ। ଅବଶେଷରେ ଯୁଗ୍ମ-ସମ୍ପାଦକ ପ୍ରଦୀପ କୁମାର କାଣ୍ଡି ଧନ୍ଯବାଦ ଅର୍ପଣ କରିଥୂଲେ।