ଅବହେଳିତ ଅତାବିରା ଶିକ୍ଷାବିଭାଗର ଆଉ ଏକ ନଗ୍ନ ନମୁନା,୪ ଶିକ୍ଷକ ନିଯୁକ୍ତ ହଲେ ମାତ୍ର ଜଣେ ହିନ୍ଦୀ ଶିକ୍ଷକରେ ଚାଲିଛି ବିଦ୍ୟାଳୟ…

ବରଗଡ଼:-୫/୮( ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା କାର୍ଯ୍ୟାଳୟ ପାଖାପାଖି ଗୋଟିଏ ବର୍ଷ ହେବ ମୂରବୀ ଶ୍ରୀହୀନ ହୋଇ ନାହିଁ ନାହିଁ ରେ ଚାଲିଛି।ଶିକ୍ଷା କାର୍ଯ୍ୟାଳୟ ରେ କର୍ମଚାରି ଅଭାବ ସାଙ୍ଗକୁ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକରେ କେଉଁଠି ଶିକ୍ଷକ ଅଭାବତ କେଉଁଠି ଛାତ୍ର ଛାତ୍ରୀ ୩୦ କୁ ଶିକ୍ଷକ ମାଳମାଳ ।ଅତାବିରା ଶିକ୍ଷା କାର୍ଯ୍ୟାଳୟ ରେ ଦାୟିତ୍ବରେ ଏବିଇଓ କାର୍ତ୍ତିକ ବାଗ୍,ଏବିଇଓ ଦାଶ ଓ ଭାରପ୍ରାପ୍ତ ବିଇଓ ଭାବେ ମଛିନ୍ଦ୍ର ମଲ୍ଲିକ ରହିଛନ୍ତି।ହେଲେ କାର୍ଯ୍ୟାଳୟ ରେ କେତେବେଳେ ଥାଆନ୍ତି ତ ଆଉ କେତେ ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସ୍କୁଲ କମିଟି ମାନେ ଶିକ୍ଷା କାର୍ଯ୍ୟାଳୟ କୁ ଆସି ଅପେକ୍ଷା କରିବା ସହ ଫେରି ଯାଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।

ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସ୍କୁଲ ମାନଙ୍କରେ ଶିକ୍ଷକ ଅଭାବୀ ତଥା ବଦଳି କୁ ନେଇ ବାରମ୍ବାର ହଟ୍ଟଗୋଲ ଲାଗି ରହିଥିବା ବେଳେ ଶିକ୍ଷା ବିଭାଗ ଚେଇଁ ସୋଇଥିବା ବେଳେ କେତେ ସ୍କୁଲ ରେ ଶିକ୍ଷକ ଘୁଙ୍ଗୁଡ଼ି ମାରି ଗାଢ଼ ନିଦ୍ରାରେ ଶୋଇ ଯାଉଛନ୍ତି।ସେହିପରି କିଛି ସ୍କୁଲ ରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ତ ଆଉ କିଛି ସ୍କୁଲ ରେ ଶିକ୍ଷକ ଥାଇ ସ୍କୁଲ କୁ ନିୟମିତ ଆସୁ ନଥିବା ଦେଖିବାକୁ ମିଳିଛି।ଯାହାର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ବାବେବିରା ହାଇସ୍କୁଲ ରେ ୪ଜଣ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ,ହେଲେ ଆଜି ଜଣେ ମାତ୍ର ହିନ୍ଦୀ ଶିକ୍ଷକ ଙ୍କ ଭରଷା ରେ ପିଲାଙ୍କ ଭବିଷ୍ୟତ ଗଢା ଚାଲିଛି।

ଏନେଇ ଫୋନ୍ ମାଧ୍ୟମରେ ଏବିଇଓ କାର୍ତ୍ତିକ ବାଗ୍ ଙ୍କୁ ଯୋଗାଯୋଗ କରି ପ୍ରତି ଉତ୍ତର ସ୍ୱରୂପ “ଜଣେ ଶିକ୍ଷକ ଗୋଡଭଗା ସ୍କୁଲ କୁ ଟ୍ରେନି ରେ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରଧାନ ଶିକ୍ଷକ ବିକାଶ କୁମାର ନାୟକ ଓ ରମେଶ ରଣା ସ୍କୁଲ ତଥା ଶିକ୍ଷା କାର୍ଯ୍ୟାଳୟ ରେ ନ ଜଣାଇ ଅନୁପସ୍ଥିତ ରହିବା ସହ ନିଜର ମନମାନି କରୁଥିବା ପୂର୍ବରୁ ମଧ୍ୟ ଅଭି ଯୋଗ ହୋଇଛି।ଯାହା ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ରିପୋର୍ଟ୍ ଜଣାଇ ଦିଆ ଯାଇଛି ଓ ତାଙ୍କ ଉପରେ ଦୃଢ଼ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ” ବୋଲି କହି ଥିଲେ।ତେବେ ଦେଖାଯାଉ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କଣ ପଦକ୍ଷେପ ନେଉଛନ୍ତି ନା ତୁ’ତ ମୁତୁରି ମୁଁ’ତ ମୁତୁରି ହେଂସ କାଇଁ ପାଇଁ ଧୋଇବା ନୀତି ଆପଣଉଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ପୋଲିସ ସ୍କୁଟି ଓ ୧୭ ଲିଟର ମଦ ଜବତ କରିବାସହ ଜଣକୁ ଗିରଫ କଲା...

Sat Aug 6 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଧାମରା ନିକଟସ୍ଥ ଦୋସିଙ୍ଗା ବଜାରରୁ ୨ଜଣ ଯୁବକ ୨ ପେଟି ମଦ ନେଇ ଆସୁଥିବା ବେଳେଚାନ୍ଦବାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା । ଘଟଣାସ୍ଥଳରେ ସ୍କୁଟି ସହ ୧୭ ଲିଟର ଵେଦେଶୀ ମଦ ଓ ଜଣଙ୍କୁ ଗିରଫ କରି ଚାନ୍ଦବାଲି ଥାନା ଅଧିନସ୍ଥ ଗୋବିନ୍ଦପୁରରୁ ଥାନାକୁ ଆଣୁଥିବା ବେଳେ ଆଉ ଜଣେ ଯୁବକ ପୁଲିସ ହାତରୁ ଖସିଯାଇଥିବା ଜଣାଯାଇଛି । ଏଠାରେ […]

You May Like

Pin It on Pinterest