୧-କେରଳରେ ଗୋଟିଏ ଦିନରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ, ମହାରାଷ୍ଟ୍ରରେ ୮୯ ଛୁଇଁଲା।
୨-ନୂଆଦିଲ୍ଲୀ: ଭାରତରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି,୪୭୧ ସଂକ୍ରମିତ। ପଞ୍ଜାବ, ମହାରାଷ୍ଟ୍ର ଓ ଚଣ୍ଡିଗଡରେ କର୍ଫ୍ୟୁ, ସମସ୍ତ ବିମାନ ସେବା ବନ୍ଦ।
୩-କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା : ଆଜି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ, ପୂର୍ବ ରାତି ୧୨ଟାରୁ ସିଟି ବସ୍ ସେବା ବନ୍ଦ ।
୪-ଲକଡାଉନ୍ ସଂପ୍ରସାରଣ କଲେ ରାଜ୍ୟ ସରକାର,ଆଉ ୯ଟି ଜିଲ୍ଲାରେ ତାଲା ବନ୍ଦ ଘୋଷଣା ।ଏହି ଜିଲ୍ଲାଗୁଡିକ ହେଉଛି, ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା । ଏହି ୯ଟି ଜିଲ୍ଲା ଆଜିଠାରୁ ଲକଡାଉନ୍ ରହିବ ।
୫-ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର : ଘରେ ଘରେ ସମସ୍ତ ପ୍ରକାର ଶୁଖିଲା ରାସନ୍ ସାମଗ୍ରୀ ପହଞ୍ଚାଇବେ ଅଙ୍ଗନବାଡି କର୍ମୀ ଏବଂ ସହାୟିକା।
୬-ବିଶ୍ୱରେ କରୋନା ଆତଙ୍କ: ଇଟାଲୀରେ ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଆମେରିକାରେ ୩୪ହଜାର ସଂକ୍ରମିତ।
୭-ଜଳ ଯୋଗାଣ ଓ ସଫେଇ କର୍ମଚାରୀଙ୍କ ଉପରେ ଏସମା ଲାଗୁ : ୬ ମାସ ଯାଏଁ ଆନ୍ଦୋଳନ ଉପରେ ପ୍ରତିବନ୍ଧକ।
୮-ଲକ ଡାଉନ ନିୟମକୁ ମାନିଲେ ନାହିଁ ଜନସାଧାରଣ, ଶେଷରେ କର୍ଫ୍ୟୁ ଲଗାଇଦେଲେ ପଞ୍ଜାବ ସରକାର।
୯-ଲକ୍ ଡାଉନ୍ ଜିଲାରେ ସକାଳ ୧୦ ଟାରୁ ଅପରାହ୍ନ ୨ ଟା ଯାଏଁ ଖୋଲା ରହିବ ବ୍ୟାଙ୍କ।
୧୦-ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଲମ୍ବା ଲାଇନ । ତାଲା ବନ୍ଦ ବେଳେ ଜରୁରୀ କାମରେ ବାହାରକୁ ବାହାରିଲେ ପାସ୍ ବାଧ୍ୟତାମୂଳକ ଥିବାରୁ ଭିଡ ଲଗାଇଛନ୍ତି ଲୋକେ ।
୧୧-ଭୋପାଳ:ଶିବରାଜ ସିଂହ ଚୌହ୍ବାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ୪ର୍ଥ ଥର ପାଇଁ ନେଲେ ଶପଥ।
୧୨-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଲୋକଙ୍କୁ ଅର୍ଥ ଦାନ କରିବାକୁ କଲେ ଅପିଲ୍।
୧୩-କରୋନା ଭୟ, ଅନିଶ୍ଚିତତାରେ ପ୍ରଭୁ ଲିଙ୍ଗଲାଜଙ୍କ ରୁକୁଣା ରଥ ଯାତ୍ରା।