ଚାନ୍ଦବାଲି ପୋଲିସ ସ୍କୁଟି ଓ ୧୭ ଲିଟର ମଦ ଜବତ କରିବାସହ ଜଣକୁ ଗିରଫ କଲା…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଧାମରା ନିକଟସ୍ଥ ଦୋସିଙ୍ଗା ବଜାରରୁ ୨ଜଣ ଯୁବକ ୨ ପେଟି ମଦ ନେଇ ଆସୁଥିବା ବେଳେ
ଚାନ୍ଦବାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲା । ଘଟଣାସ୍ଥଳରେ ସ୍କୁଟି ସହ ୧୭ ଲିଟର ଵେଦେଶୀ ମଦ ଓ ଜଣଙ୍କୁ ଗିରଫ କରି ଚାନ୍ଦବାଲି ଥାନା ଅଧିନସ୍ଥ ଗୋବିନ୍ଦପୁରରୁ ଥାନାକୁ ଆଣୁଥିବା ବେଳେ ଆଉ ଜଣେ ଯୁବକ ପୁଲିସ ହାତରୁ ଖସିଯାଇଥିବା ଜଣାଯାଇଛି ।

ଏଠାରେ ପ୍ରଶ୍ନ ଉଠେ ଦୋସିଙ୍ଗା ବଜାର ଧାମରା ଥାନା ଅଧିନସ୍ଥ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ସଂପୃକ୍ତ ଚୋରା ମଦ ବ୍ୟବସାୟୀ ୨ଟି ଥାନା ଇଲାକା ଯଥା ଧାମରା ଏବଂ ବାଂଶଡା ଥାନା ଅତିକ୍ରମ କରି ଚାନ୍ଦବାଲି ଥାନା ଅଂଚଳକୁ ଆସିଥିଲେ ମଧ୍ୟ ଏହି ୨ ଥାନା ଅଧିକାରୀ କିପରି ଖବର ପାଇଲେ ନାହିଁ ଅଥବା ଜାଣିଶୁଣି ଚୋରା ମଦ ବେପାରୀଙ୍କୁ ବେପାର କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏନେଇ ଚାନ୍ଦବାଲି ଥାନାରେ ୨୫୨ରେ କେସ ରୁଜୁ ହୋଇ ସଂପୃକ୍ତ ଗିରଫ ହୋଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯିବା ସହ ପୁଲିସ ଅଧିକ ତଦନ୍ତ ଜାରୀ ରଖିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦେଶ ଆଜି ନୂତନ ଉପରାଷ୍ଟ୍ରପତି ପାଇବ:କେତେ ଭୋଟରେ ଜଗଦୀପ ଧାନଖର ଜିତିବେ ?

Sat Aug 6 , 2022
ଏସ.ବାସ୍ତବ: ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଗ୍ରହଣ ଆଜି ଅନୁଷ୍ଠିତ ହେବ। ଏନଡିଏରୁ ଜଗଦୀପ ଧନଖର ଏବଂ ବିରୋଧୀ ଦଳରୁ ମାର୍ଗାରେଟ ଆଲଭା । ଏହି ନିର୍ବାଚନରେ ​​ସଂସଦର ଉଭୟ ଗୃହର ସଦସ୍ୟମାନେ ଭୋଟ୍ ଦେବେ। ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଭୋଟ୍ ଦିଆଯିବ | ଏହା ପରେ ଗଣନା ତୁରନ୍ତ କରାଯିବ | ଫଳାଫଳ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଆସିବ | ଉଭୟ ଗୃହରେ ମୋଟ […]

You May Like

Pin It on Pinterest