ବାସ୍ତବ ବ୍ୟୁରୋ- କରୋନାକୁ ରୋକିବା ପାଇଁ ସାରା ଓଡ଼ିଶା ଲକଡାଉନ୍ । ପୂର୍ବରୁ ୧୪ଟି ଜିଲାକୁ ଲକ୍ଡାଉନ କରାଯାଇଥିବାବେଳେ ମଙ୍ଗଳବାର ଆଉ ୧୬ ଜିଲାରେ ଏହାକୁ ଲାଗୁ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଏକ ଜରୁରୀ ଖବରଦାତା ସମ୍ମିଳନୀରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମଧ୍ୟରାତ୍ରିରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ରି ଯାଏ ରାଜ୍ୟରେ ଲାକ୍ଡାଉନ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଥିବା ଦୋକାନଗୁଡ଼ିକୁ ବାଦ୍ ଦେଲେ ଅନ୍ୟ କୌଣସି ଦୋକାଦ ଖୋଲିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।
ଏଇ ସମୟରେ କଣ ସବୁ କଟକଣା ଜାରି କରାଯାଇଛି? ଲକ୍ ଡାଉନ ସମୟରେ କଣ ଖୋଲା ରହିବ ? ଏବଂ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି ।
ତାଲାବନ୍ଦ ସମୟରେ କ’ଣ ବନ୍ଦ ରହିବ
* ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଲାଗିଲା କଟକଣା ।
* ରାସ୍ତାରେ ଗଡ଼ିପାରିବ ନାହିଁ ଟାକ୍ସି, ଅଟୋରିକ୍ସା ।
* ହସ୍ପିଟାଲ, ବିମାନବନ୍ଦର, ରେଲୱେ ଷ୍ଟେସନରୁ ଆସୁଥିବା ଗାଡ଼ି ବାଦ ପଡ଼ିବ ।
* ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍, ଫ୍ୟାକ୍ଟ୍ରି ବନ୍ଦ ରହିବ ।
* ୫ ଜିଲ୍ଲା, ୮ ସହରରେ ପେନସନ ଓ ପିଡିଏସ୍ ବଣ୍ଟନ ବନ୍ଦ ।
* ବିଦେଶରୁ ଆସୁଥିବା ଲୋକ ଘରେ ରହିବା ବାଧ୍ୟତାମୂଳକ ।
* କେବଳ ମୌଳିକ ଆବଶ୍ୟକତା ପାଇଁ ଘରୁ ବାହାରିବାକୁ ନିର୍ଦ୍ଦେଶ ।
* ଘରୁ ବାହାରିଲା ବେଳେ ସାମାଜିକ ଦୂରତ୍ୱକୁ ନିଶ୍ଚିତ କରିବେ ।
ତାଲାବନ୍ଦ ବେଳେ କ’ଣ ଖୋଲା ରହିବ ?
* କଲେକ୍ଟର, ସବ୍-କଲେକ୍ଟର, ତହସିଲ, ବ୍ଲକ ଅଫିସ୍ ଖୋଲା ରହିବ ।
* ଥାନା, ସ୍ୱାସ୍ଥ୍ୟ ସେବା, ପୌର ସଂସ୍ଥା, ଅଗ୍ନିଶମ ବିଭାଗ ଖୋଲା ରହିବ ।
* ରେଳ, ବିମାନ ସେବା ବଳବତ୍ତର ରହିବ ।
* ସହର ସହର ମଧ୍ୟରେ ବସ୍ ସେବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।
* ବିଜୁଳି, ପାଣି, ବ୍ୟାଙ୍କ, ଏଟିଏମ୍, ପୌରସେବା ଜାରି ରହିବ ।
* ଖବରକାଗଜ, ଟେଲିଭିଜନ ସଂସ୍ଥା କାର୍ଯ୍ୟ ଜାରି ରଖିବେ ।