
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଏନ ଏସି କିସ୍ମତ ମଝୀଗାଁ ୱାର୍ଡ଼ରେ ବଧୂହତ୍ୟା ଅଭିଯୋଗ : ମୃତକଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଚାନ୍ଦବାଲି ଥାନା ଅଧିନ ଏନ ଏସି ମଝୀଗାଁ ୱାର୍ଡ଼ରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି ।
ବାଂଶଡ଼ା ଥାନା ଅଧିନ ଚରଦିଆ ଗାଁର ବିଦ୍ୟାଧର ମହାଳିକଙ୍କ ଝିଅ ପୁଷ୍ପାଞ୍ଜଳୀ ମହାଳିକ କିସ୍ମତ ମଝୀଗାଁ ୱାର୍ଡ଼ରେ ବିଜୟ ମହାଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଯୌତୁକ ଓ ପାରିବାରିକ କଳହ ପାଇଁ ଝିଅ ପୁସ୍ପାଞ୍ଜଳୀଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳୀଙ୍କ ବାପା ବିଦ୍ୟାଧର ମହାଳିକ । ତେବେ ଖବର ପାଇ ଚାନ୍ଦବାଲି ଥାନା ଅଧିକାରୀ ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।