ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ବରଗଡ଼( ନବୀନ ଦାଶ): ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ରେମଣ୍ଡା,ବିଦ୍ୟାଳୟର ପରିସରରେ ସପ୍ତଦଶତମ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟଅତିଥି ଭାବରେ ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଯୋଗେ ଶ୍ବର ସାହୁ,ସମ୍ମାନୀତ ଅତିଥି ଭାବେ ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ତଥା ପରିଚାଳନା ସମିତିର ସଦସ୍ୟ ଗଂଗାଧର ମେହେର ଯୋଗ ଦେଇଥିଲେ।ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମୋଟ ୧୩୮ ପ୍ରକଲ୍ପ ପ୍ରଦର୍ଶିତ କରିଥିଲେ।

ବିଚାରକ ଭାବରେ କାର୍ତିକ ଚନ୍ଦ୍ର ରଣା,ପଙ୍କଜ ପାତ୍ର,କଳାକାହ୍ନୁ ମେହେର,ସୁନିତା ମେହେର,ଜୟଶ୍ରୀ ଖଟୁଆ,ସୁଶ୍ରୀ ସିପ୍ରାଲିପନ ଖମାରୀ ଯୋଗଦାନ କରିଥିଲେ।ବିଭିନ୍ନ ବର୍ଗରୁ ଲୀଳାମବର ରାଉତିଆ,ଅମନ ବେହେରା,ସଂକ୍ରିତା ବାରିକ,ସୌମ୍ୟ ସୁରଭିତା ଗେଜୋ,ସ୍ନେହାଶ୍ରି ପାତ୍ର,ଶିବମ ମହାପାତ୍ର,ରବି ଶଙ୍କର ମହାର,ଶ୍ରୀୟା ରାଣୀ ସାଥୁଆ,ସିଦ୍ଧି ମେହେର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ମୁଖ ଅତିଥି ଯୋଗେଶ୍ବର ସାହୁ ଓ ସମ୍ମାନୀତ ଅତିଥି ଗଂଗାଧର ମେହେର।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶିବନଂଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୁରୁଜୀ ପଦ୍ମଲୋଚନ ପଟେଲ ସଭା ପରିଚାଳନା କରିଥିଲେ।ଏଥିରେ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ।ପରିଶେଷରେ ସଂପାଦକ କିଶୋର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବର୍ମିଂହାମରେ ଭାରତର ସୁବର୍ଣ୍ଣ ଶନିବାର,ସ୍ୱର୍ଣ୍ଣର ଉଜ୍ଜ୍ୱଳତାରେ ଝଟକିଲେ କୁସ୍ତିଯୋଦ୍ଧା ବିନେଶ,ରବି ଏବଂ ନବୀନ ସ୍ୱର୍ଣ୍ଣ ସହ ତିନୋଟି ବ୍ରୋଞ୍ଜ ପଦକ...

Sun Aug 7 , 2022
ବର୍ମିଂହାମ: ଅତୀତର ବିଫଳତାକୁ ଭୁଲି ବିନେସ ଫୋଗାଟ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣର ହ୍ୟାଟ୍ରିକ୍ ଲଗାଇଛନ୍ତି । ଏଥି ସହିତ ରବି ଡାହିଆ ଏବଂ ନବୀନ ମଧ୍ୟ କ୍ରମାଗତ ଦ୍ୱିତୀୟ ଦିନ ସର୍ଣ୍ଣ ପଦକ ଜିତି କୁସ୍ତିରେ ଭାରତ ପାଇଁ ସ୍ମରଣୀୟ ହୋଇପାରିଛନ୍ତି । ପୂଜା ଗେହଲୋଟ୍, ପୂଜା ସିହାଗ ଏବଂ ଦୀପକ ନେହେରା ମଧ୍ୟ ଭାରତର ବ୍ୟାଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ସହ କୁସ୍ତିରେ ଭାରତର ପଦକ ୧୨ […]

You May Like

Pin It on Pinterest