ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ…

ସଞ୍ଜୟ ଶତପଥୀ(କଟକ):ରାଜ୍ଯ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ,ଓଡିଶା ପକ୍ଷରୁ କଟକର ବାଦାମବାଡିସ୍ଥିତ ସେସୁ କଲୋନୀ ଶ୍ରୀ ଶିବ ମନ୍ଦିର ପ୍ରାଙ୍ଗଣରେ ମହାସଂଘର ଅଧ୍ଯକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ଦାସଙ୍କ ଅଧ୍ଯକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ରେ ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗଦେଇଥିଲେ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ସରକାରଙ୍କ ତରଫରୁ ଚିକିତ୍ସା ଭତ୍ତାର ସୁବିଧା ପ୍ରଦାନ କରିବାକୁ ବିଗତ ୧୬ ବର୍ଷ ଧରି ବିଭିନ୍ନ ମାଧ୍ୟମରେ ଅନୁରୋଧ କରାଯାଇଥୂଲେ ମଧ୍ଯ ସରକାର ଏହି ବିଷୟରେ କର୍ଣପାତ ନ କରିବାକୁ ନେଇ ମହାସଂଘର କର୍ମକର୍ତ୍ତାଗଣ ପ୍ରକାଶ କରିବା ସହ ଯଦି ସରକାର ବିଚାର ବିଭାଗୀୟ ଅଧୀକାରୀ ଓ ବିଧାୟକଙ୍କୁ ଚିକିତ୍ସାଭତ୍ତା ର ସୁବିଧା ଦେଉଛନ୍ତି ତେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ଏହି ସୁବିଧା ଦେବାରେ କୁଣ୍ଠାବୋଧକୁ ଘୋର ନିନ୍ଦା କରିବା ସହ ଯଦି ସରକାର ଏହି ବିଷୟ କୁ ବିଚାରକୁ ନ ନିଅନ୍ତି ତେବେ ଆଗାମୀ ଦିନରେ ସାରା ରାଜ୍ଯରେ ତୀବ୍ର ଆନ୍ଦୋଳନ ହେବ ଏବଂ ସେଥୂଲାଗି ସରକାର ଦାୟୀ ରହିବେ ବୋଲି ମହାସଂଘର ମହାସଚିବ ଶ୍ରୀ ଗୋକୁଳାନନ୍ଦ ବେହେରା ମତପ୍ରକାଶ କରିଥୂଲେ।

ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ନିର୍ମଳ ଦାସ, କାର୍ଯ୍ୟକାରୀ ଅଧ୍ଯକ୍ଷ, ଶ୍ରୀ ରଜନୀକାନ୍ତ ଚୌଧୁରୀ, ଶ୍ରୀ ସୁବୋଧ କୁମାର ମହାନ୍ତି, ଶ୍ରୀ ପ୍ରେମାନନ୍ଦ ଜେନା, ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ, ଶ୍ରୀ କ୍ରୂପାସିନ୍ଧୁ ବେହେରା, ଶ୍ରୀ ବିଭୁତି ଭୂଷଣ ମହାନ୍ତି, ଶ୍ରୀ ଦ୍ବାରିକାନାଥ ମହାନ୍ତି, ଶ୍ରୀମତୀ ଲିଲିମା ମହାନ୍ତି ଙ୍କ ସହ ବହୁ ସଦସ୍ଯ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥୂଲେ। ଅବଶେଷରେ ଶ୍ରୀ ସୂଦର୍ଶନ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥୂଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାୟନ୍ସକ୍ଲବ୍ ଅତାବିରା ପକ୍ଷରୁ ସରଣ୍ଡା ବିଶ୍ଵେଶ୍ଵର ବାବାଙ୍କ ପୀଠରେ ଅନ୍ନ ପ୍ରସାଦ ବଣ୍ଟନ...

Tue Aug 9 , 2022
ବରଗଡ଼(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ସମ୍ବଲପୁର – ବରଗଡ଼ ୱେ ରେ ସରଣ୍ଡା ଛକ ଠାରେ ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ବେଶ୍ ପରିଚିତ ସରଣ୍ଡା ବାବା ବିଶ୍ୱେଶ୍ଵର ପୀଠ ରେ ଲାୟନ୍ସ କ୍ଲବ୍ ଅତାବିରା ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି। ଶ୍ରାବଣ ଶେଷ ସୋମବାର ଅବସରରେ, ମନ୍ଦିର ପୂଜା କମିଟି ତଥା ଲାୟନ୍ସ କ୍ଳବ୍ ର ସଦସ୍ୟ ମାନଙ୍କ […]

You May Like

Pin It on Pinterest