
ବରଗଡ଼(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ସମ୍ବଲପୁର – ବରଗଡ଼ ୱେ ରେ ସରଣ୍ଡା ଛକ ଠାରେ ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ବେଶ୍ ପରିଚିତ ସରଣ୍ଡା ବାବା ବିଶ୍ୱେଶ୍ଵର ପୀଠ ରେ ଲାୟନ୍ସ କ୍ଲବ୍ ଅତାବିରା ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି।
ଶ୍ରାବଣ ଶେଷ ସୋମବାର ଅବସରରେ, ମନ୍ଦିର ପୂଜା କମିଟି ତଥା ଲାୟନ୍ସ କ୍ଳବ୍ ର ସଦସ୍ୟ ମାନଙ୍କ ସକ୍ରିୟ ସହଯୋଗ ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ତିଆରି ହୋଇ ବଣ୍ଟନ କରାଯାଇଥିଲା।ଲାୟନ୍ସ କ୍ଳବ୍ ଅତାବିରା ପକ୍ଷରୁ ୩କ୍ଵିଣ୍ଟାଲ ଚାଉଳ ର ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଧିରେନ୍ଦ୍ର ରଥ,ବିନୟ କୁମାର ଦାଶ,ସୋମନାଥ ପଟ୍ଟନାୟକ,ବଳରାମ ପ୍ରଧାନ,ଶିବଶଙ୍କର ତ୍ରିପାଠୀ,ଅମିତ୍ ଗୁପ୍ତା,ବିକାଶ ସାହୁ,ଶରତ ଭୋଇ,ସୂଦୟ ଭୋଇ,ଜଗବନ୍ଧୁ ପଣ୍ଡା, ଜୟନ୍ତ ପ୍ରଧାନ,ବିଭୁଦତ୍ତ ପ୍ରଧାନ,ଅଶୋକ ମିସ୍ତ୍ରୀ ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରହିଥିଲା।



