ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ କରାଗଲା…

ପ୍ରମୋଦ ନାୟକ(ଭୁବନେଶ୍ବର): ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ କରାଗଲା ।ଶିକ୍ଷା ବର୍ଷରେ ପ୍ରତି ତିନି ମାସରେ ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏ ପରୀକ୍ଷା ଦେବେ । କୌଣସି ଗୋଟିଏ ପରୀକ୍ଷା ଛାତ୍ର ଛାତି ନଦିଅନ୍ତି ବା ଅଂଶଗ୍ରହଣ ନ କରନ୍ତି ‌ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ।

ଗତ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥିର କରାଯାଇଛି । ଏଥିପାଇଁ ପ୍ରାରମ୍ଭିକ ଆଲୋଚନା ମଧ୍ୟ ଶେଷ ହୋଇଛି। ବିଭାଗୀୟ ଅଧିକାରୀ ଓ ପରୀକ୍ଷା ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏଭଳି ବ୍ୟବସ୍ଥା ସପକ୍ଷରେ ଅଛନ୍ତି।

କିନ୍ତୁ ଉକ୍ତ ତ୍ରୈମାସିକ ପରୀକ୍ଷାଗୁଡ଼ିକର ମାର୍କକୁ ମୁଖ୍ୟ ପରୀକ୍ଷା ସହ ମିଶାଯିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି କି, ଏନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିହାରରେ ପୁଣି ଲାଲୁ ନୀତିଶ ଏକାଠି -ବିରୋଧୀ ଦଳରେ ବସିବାକୁ ବିଜେପି ପ୍ରସ୍ତୁତ...

Tue Aug 9 , 2022
ଏସ୍.ବାସ୍ତବ: ଗତ ଦୁଇ ଦିନ ମଧ୍ୟରେ ରାଜ ନୈତିକ ଉଥଲା ପୁଥଲ ଦ୍ରୁତ ଗତି ଦେଖି ବିଜେପି ମଧ୍ୟ ଗ୍ରହଣ କରିଛି ଯେ ତାଙ୍କୁ ବିରୋଧୀ ଦଳରେ ବସିବାକୁ ପଡିବ। ବିହାର ବିଜେପିର ଏ ବିଷୟରେ କୌଣସି ଯାଏଆସେ ନାହିଁ। ବିହାର ବିଜେପିର କିଛି ନେତାଙ୍କ କହିବାନୁସାରେ, ସେମାନେ ନୀତୀଶଙ୍କ ‘ପଲଟିବାର ‘ଆଶଙ୍କା କରୁଥିଲେ, ହେଲେ ଏତେ ଶୀଘ୍ର ଘଟିବ ବୋଲି ଜାଣି ନଥିଲେ। ବିଜେପି ସୂତ୍ର ସ୍ୱୀକାର କରିଛି […]

You May Like

Pin It on Pinterest