୨୧ ଦିନ ପାଇଁ ଲକ୍‌ଡାଉନ୍‌….କରୋନା ର କୋକୁଆ ଭୟ

ବାସ୍ତବ ବ୍ୟୁରୋ:- ଘାତକ କରୋନା ଭୂତାଣୁର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ପୂରା ଦେଶକୁ ଲକଡାଉନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ନିଜ ପରିବାର, ନିଜ ଜୀବନକୁ ବଞ୍ଚାଇବା ପାଇଁ ସର୍ବାଧିକ ପ୍ରାଥମିକତା ପୂର୍ବକ ଦେଶବାସୀ ସେମାନଙ୍କ ନିଜ ନିଜ ଘର ସମ୍ମୁଖରେ ଲକ୍ଷ୍ମଣ ରେଖା ଟାଣି ‘ଲକ୍‌ଡାଉନ୍‌’ ସମୟ କାଳ ମଧ୍ୟରେ ୩ ସପ୍ତାହ ପାଇଁ କେବଳ ମାତ୍ର ନିଜ ଭିତରେ ହିଁ ରହିବା ପାଇଁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି।

ମୋଦି ନିଜ ଉଦବୋଧନରେ କହିଛନ୍ତି ଯେ କରୋନା ଭାଇରସ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ସମସ୍ତ ପ୍ରକାର ଚେଷ୍ଟା ସତ୍ତେ୍ୱ ମଧ୍ୟ ଅଧିକାଂଶ ଦେଶ ଏହାର ମୁକାବିଲା କରିବାରେ ଅସର୍ମଥ ହେଉଛନ୍ତି । କରୋନାକୁ ବ୍ୟାପିବାକୁ ରୋକିବାକୁ ହେବ ଏଥିପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ । ସାମାଜିକ ଦୂରତ୍ୱ ସମସ୍ତଙ୍କ ପାଇଁ, ଏପରିକି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ । କିଛି ଲୋକଙ୍କର ବେପରୁଆ ମନୋଭାବ ଦେଶକୁ ସଙ୍କଟ ଆଡକୁ ଠେଲି ଦେଉଛି ଏଭଳି ଜାରି ରହିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ ।

PIB India@PIB_India

We are making efforts that there is no difficulty in daily life. We are taking all steps to ensure continuous essential supplies : PM @narendramodi #COVID19 #CoronavirusLockdown5748:36 PM – Mar 24, 2020Twitter Ads info and privacy208 people are talking about this

ଆସନ୍ତା ୨୧ ଦିନ ମଧ୍ୟରେ ସଉଦା ଦୋକାନ, ବ୍ୟାଙ୍କ, ଏଟିଏମ୍, କ୍ଷୀର ଓ ପରିବା ଦୋକାନ, ଔଷଧ ଦୋକାନ ଆଦି ଖୋଲା ରହିବ। ସ୍ବାସ୍ଥ୍ୟସେବା ମଧ୍ୟ ଜାରି ରହିବ । ଏଥିସହ ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ମଧ୍ୟ କାର୍ଯ୍ୟକରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୌଳିକ ସେବା ପରିଚାଳନା ସମ୍ଭନ୍ଧିତ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ। କେବଳ ପରିବହନ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Mar 25 , 2020
୧-ସାରା ଦେଶରେ ଲକଡାଉନ୍, ମଙ୍ଗଳବାର ରାତି ୧୨ଟାରୁ ୨୧ ଦିନିଆ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ୨-ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍‌ ଲିଙ୍କ୍ ସମୟସୀମା। ୩-‘ମୋ ଜୀବନ’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ : ଆତ୍ମୀୟଙ୍କ ନାମରେ ନିଅ ଶପଥ, ସତର୍କ ରହି କରୋନାକୁ କର ପ୍ରତିହତ। ୪-୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ […]

You May Like

Pin It on Pinterest