ଆଜି ମୟୂରଭଂଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବାରିପଦା,୧୨/୦୮: ଶୁକ୍ରବାର(ଆଜି) ମୟୂରଭଂଜ ଜିଲ୍ଲା ଗସ୍ତରେ ଯିବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁଯାଇ ଆଜି ସକାଳ ୯ଟା ୫୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିଜୁପଟ୍ଟନାୟକ ବିମାନ ବନ୍ଦର ଯିବେ । ସେଠାରୁ ଦିନ ୧୦ଟା ସମୟରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ଟିକପଡା ଠାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଦିନ ୧୧ଟା ୧୦ମିନିଟ ସମୟରେ ଅବତରଣ କରି ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିବା ପରେ ମଞ୍ଚକୁ ଯିବେ ।

କାର୍ଯ୍ୟସୂଚୀ ଅନୁସାରେ, ଭିଡିଓ କନଫରେନ୍‌ସିଂ ଯୋଗେ ଦେଓ ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ସହିତ ବିଭିନ୍ନ ପ୍ରକାର ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଉନ୍ନୟନ ମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେବେ । ଦିନ ୧୧ଟା ୫୦ ସୁଦ୍ଧା କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଦିନ ୧୨ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସହିତ କାର୍ଯ୍ୟକ୍ରମ କିପରି ଶାନ୍ତି ଶୃଙ୍ଖଳାର ସହିତ ହେବ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୋନପୁର ସହରର ପ୍ରମୁଖ ଛକ,ବ୍ଲକ ଛକରେ ଟ୍ରାଫିକ ସିଗ୍ନାଲ ଲାଇଟ ଶୁଭ ଉଦଘାଟନ ଓଡିଶା ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ...

Sat Aug 13 , 2022
ନମୋଗୁରୁ ହୋତା(ସୁବର୍ଣ୍ଣପୁର): ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋ ମନଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣ ଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ […]

You May Like

Pin It on Pinterest