ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷରୋପଣ କଲେ ଚାନ୍ଦବାଲି ବିଧାୟକ

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି ସାରା ରାଜ୍ୟରେ ଚାଲୁ ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଖେରଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କଲେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର ପ୍ରତି ପଂଚାୟତରେ ପହଞ୍ଚାଇବା ସହ ସଫଳ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଡ଼ଃ ରାୟ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ୧ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରିନ୍ସ ରାକେଶ ନାୟକ ,୨ ନମ୍ବର ଜୋନର ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ, ବ୍ଳକ ଅଧ୍ଯକ୍ଷା ମିନତୀ ସୁତାର, ଖେରଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ,ଯୁବନେତା ଜିତେନ୍ଦ୍ର ପାଣି ପ୍ରମୁଖ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାରାଦ୍ଵୀପରେ ଥିବା ଇଣ୍ଡିଆନ୍ ଅଏଲ୍ ରେ ମକ୍ ଡ୍ରିଲ୍...

Sat Aug 13 , 2022
ରାକେଶ ମହାନ୍ତି: ପାରାଦୀପରେ ଥିବା ତୈଳ ବିଷଧାନଗାର ରେ କେତେ ବେଳେ ବି ଘଟିପାରେ ଦୃଘଟଣା ସେଥିଲାଗି ତତ୍ପରତା ଦେଖାଇଛନ୍ତି ତୈଳ ବିଶୋଧନାଗାର ର କର୍ମଚାରୀ ମାନେ । କିଛି ବି ଅପ୍ରୀତିକର ଘଟଣା ଘଟିଲେ କିଭଳି ଘଟଣା କୁ ଆୟତ କରିବେ ସେଥିଲାଗି ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ର ଥିବା ଏଲିପିଜ୍ ମାର୍କେଟିଂ ଟର୍ମିନାଲ ରେ କାର୍ଯ୍ୟକ୍ରମ କରାଯାଇଥିଲା […]

You May Like

Pin It on Pinterest