ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ସୂଚନା, ୧୪ଟି ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୱେଲେ୍ା ୱାର୍ଣ୍ଣିଙ୍ଗ…

ବାସ୍ତବବ୍ୟୁରୋ:ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ଲଘୁଚାପ ର ରୂପ ନେଇସାରିଛି। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଗମୀ ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ପଶ୍ଚିମ-ଉତ୍ତର- ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସୂଚନା ଦେଇଛି ପାଣିପାଗ ବିଭାଗ ।

ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୪ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଥିବା ବେଳେ ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ନୟାଗଡ,ଗଞ୍ଜାମ, ଗଜପତି । ସେହିଭଳି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିଭଳି ଆଗାମୀ ୧୨ ଘଣ୍ଟାରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ୧୪ ତାରିଖ ରେ ଏହା ଅବପାତର ରୂପ ନେବ । ଆହୁରି ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଆଗାମୀ କାଲି ସୃଷ୍ଟି ହେବାକୁ ଥିବା ଘୁର୍ଣ୍ଣିବଳୟଟି ୧୭ ତାରିଖରେ ଲଘୁଚାପର ରୂପ ନେବ । ତେଣୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ ବୋଲି ଯାହା ସୂଚନା ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜନଗର ନିର୍ବାଚନ ମଣ୍ଡଳୀରେ‘ଆଜାଦୀ କା ଅମୃତ ମହୋତ୍ସବ’ ନିଆରା ଢଙ୍ଗରେ ପାଳିତ,ଶୋଭାଯାତ୍ରା ସହ ବୁଲିଲା ତ୍ରିରଙ୍ଗା ରଥ ...

Sat Aug 13 , 2022
ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ, ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଉଡାଇ ଅମୃତ ମହୋତ୍ସବ ପାଳନ କରୁଛନ୍ତି ଦେଶବାସୀ ।ଏହି ପରିପେକ୍ଷୀରେ ଅନୁରୂପ ଭାବେ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀରେ ନିଆରା ଢଙ୍ଗରେ ପାଳନ ହେଉଛି ଏହି ହର ଘର ତ୍ରିରଙ୍ଗା ଉତ୍ସବ । ଏହି ଅବସରରେ ପଟ୍ଟାମୁଣ୍ଡାଇ ରାଜନଗର ବିଜେପି ତରଫରୁ ପ୍ରାକ୍ତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଜେନାଙ୍କ […]

You May Like

Pin It on Pinterest