
ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ, ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଉଡାଇ ଅମୃତ ମହୋତ୍ସବ ପାଳନ କରୁଛନ୍ତି ଦେଶବାସୀ ।ଏହି ପରିପେକ୍ଷୀରେ ଅନୁରୂପ ଭାବେ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀରେ ନିଆରା ଢଙ୍ଗରେ ପାଳନ ହେଉଛି ଏହି ହର ଘର ତ୍ରିରଙ୍ଗା ଉତ୍ସବ ।

ଏହି ଅବସରରେ ପଟ୍ଟାମୁଣ୍ଡାଇ ରାଜନଗର ବିଜେପି ତରଫରୁ ପ୍ରାକ୍ତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଜେନାଙ୍କ ତତ୍ୱାଭାଧାନରେ ତ୍ରିରଙ୍ଗା ରଥ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଅଂଚଳରେ ବୁଲି ତ୍ରିରଙ୍ଗା ଶୋଭାଯାତ୍ରାକୁ ପ୍ରତ୍ୟେକ ଘରେ ପହଂଚିବା ପାଇଁ ଏକ ନିଆରା ପ୍ରଚେଷ୍ଠା କରାଯାଇଛି ।ଏହି ତ୍ରିରଙ୍ଗା ରଥକୁ ଔପଚାରିକ ଭାବେ ଡ଼.ଜେନା ପତାକା ଦେଖାଇ ଶୁଭାରଂମ୍ଭ କରିଥିଲେ ।

ଏହି ରଥ ୩ ଦିନ ଧରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ,ପଟ୍ଟାମୁଣ୍ଡାଇ ବ୍ଲକର ମୁଖ୍ୟ ଗ୍ରାମାଂଚଳ ସହ ରାଜନଗର ବ୍ଲକ୍ର ସମସ୍ତ ଅଂଚଳରେ,ଆଜାଦିକା ଅମୃତ ମହୋତ୍ସବର,ବାର୍ତା ପ୍ରଦାନ କରିବ। ଏହି ଶୁଭ ଉଦ୍ଘାଟନ ସମାରୋହରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ,ରାଜନଗର ତଥା ନିର୍ବାଚନ ମଣ୍ଡଳୀର ବହୁ ଆଗଧାଡ଼ି କର୍ମୀ ସାମିଲ ହୋଇଥିଲେ । ଏବଂ ସ୍ଥାନୀୟ ବିଜେପି ଦଳର କର୍ମୀ, ଯୁବକର୍ମୀମାନେ ସାମିଲ ହୋଇଥିଲେ ।ଏହି ଅବସରରେ ପ୍ରାକ୍ତନ ବିଧାୟକ ଡ଼. ଅଲେଖ କୁମାର ଜେନା ଅଞ୍ଚଳବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡାଇ ଦେଶ ପାଇଁ ସମ୍ମାନ ଜଣାଇବାକୁ ଆହ୍ବାନ ଦେଇଛନ୍ତି ।



