ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ୧୦ ଜିଲ୍ଲାକୁ ରେଡ ୱାର୍ଣ୍ଣଙ୍ଗ୍ ଜାରି…

ବାସ୍ତବବ୍ୟୁରୋ:ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ଅବପାତର ରୂପ ନେଇପାରେ ଲଘୁଚାପ । ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ, ପଶ୍ଚିମ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହେବା ନେଇ ସତର୍କ କରାଯାଇଛି । ଏଥିପାଇଁ ୧୦ ଜିଲ୍ଲାକୁ ରେଡ ୱାର୍ନିଙ୍ଗ୍ ଜାରି କରାଯାଇଛି ।

ଏହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳ । ସେହିପରି ୧୧ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୯ ଜିଲ୍ଲାକୁ ୟଲୋ ୱାର୍ଣିଙ୍ଗ୍ ଜାରି କରାଯାଇଛି ।

ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁଯାଇ,ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମା‌ନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ମହାନଦୀ ଓ ବୈତରଣୀରେ ଜଳସ୍ତର ବଢ଼ିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନରେ ବନ୍ୟାଜଳ ସମସ୍ୟା ସୃଷ୍ଟି କରିପାରେ । ସେହିପରି ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସପ୍ରଦର୍ଶନୀକୁ ଉଦଘାଟନ କରିବେ...

Sun Aug 14 , 2022
ମନୋଜ ମହାନ୍ତି: ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହା ସହ ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ,ମ୍ୟୁଜିୟମ ଛକରୁ ଏଜି ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା ଅନୁଷ୍ଠିତ ହେବ । ଏହି […]

You May Like

Pin It on Pinterest