ହୀରାକୁଦ ହାଲଚାଲ:ଛାତି ଫୁଲାଉଛି ମହାନଦୀ,୭ ଜିଲ୍ଲାରେ ଦେଖାଦେଇଛି ବନ୍ୟା ଆଶଙ୍କା…

ନନ୍ଦିନୀ ପ୍ରଧାନ(ସମ୍ବଲପୁର) ୧୪।୦୮: ଅନବରତ ଲାଗିରହିଛି ବର୍ଷା । ତଳିଆ ଅଞ୍ଚଳ ବାସୀଙ୍କୁ ବନ୍ୟା ଆଶଙ୍କା ଡରାଇଲାଣି ।ଉପରମୁଣ୍ଡ ହେଉ ବା ତଳ ମୁଣ୍ଡ ବର୍ଷା ଛାଡୁନି ।ମହାନଦୀ ଛାତି ଫୁଲାଇ ଚାଲିଛି । ଏଥି ପାଇଁ ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଦେଖାଦେଇଛି ବନ୍ୟା ଆଶଙ୍କା ।ସେହି ଜିଲ୍ଲା ଗୁଡିକ ହେଲା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ । ବନ୍ୟା ପରିସ୍ଥିତିକୁ ନାଜରେ ରଖି ଏହି ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି ।

ସୂଚନା ଅନୁସାରେ,ଶନିବାରରୁ ହୀରାକୁଦ ଡ୍ୟାମରୁ ୩୪ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୧୬.୫୬ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୧ ହଜାର ୯୮୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେକେଣ୍ଡ ପ୍ରତି ୫ ଲକ୍ଷ ୬୧ ହଜାର ୫୪ କ୍ଯୁସେକ ଜଳ ନିଷ୍କାସନ କରାଯାଉଛି।

ଆଜି ମୁଣ୍ଡୁଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବ । ସୋମବାର ସକାଳ ସୁଦ୍ଧା ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବ । ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ତେଲ ନଦୀରୁ ଅଧିକ ପରିମାଣର ଜଳ ମହାନଦୀରେ ପହଂଚିବ । ଫଳରେ ହୀରାକୁଦର ଆହୁରି ଅଧିକ ଗେଟ୍ ଖୋଲିବାକୁ ପଡିପାରେ ।

ଅନ୍ୟପଟେ ମହାନଦୀ ବଢୁଥିବା ବେଳେ ବୈତରଣୀ ଏବଂ ଜଳକା ବିପଦ ସଂକେତ ଉପରେ ପ୍ରଭାହିତ ହେଉଛି । ବନ୍ୟା ସ୍ଥିତି ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୧୫ ଜିଲ୍ଲାକୁ ସ୍ବତନ୍ତ୍ର ଟିମ୍ ପଠାଯାଇଛି । ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଛି । ଗୁଣ୍ଡେରପୁର ବ୍ରିଜ୍ ଉପରେ ଚାଲିଛି ପାଣି । ଫଳରେ ସୁବର୍ଣ୍ଣପୁର ଓ ସମ୍ବଲପୁର ଯୋଗାଯୋଗ ବିଚ୍ଛିନ ହୋଇଛି।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସୂଚନା ଅନୁଯାଇ, ହୀରାକୁଦ କଲୋନୀ ସମେତ ଅନ୍ଯାନ୍ଯ ତଳିଆ ଅଞ୍ଚଳରେ ପାଣି ପଶୁଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ୍ୟା ମୁକାବିଲା ପାଇଁ ସମ୍ବଲପୁର ପ୍ରଶାସନ ପ୍ରସ୍ତୁତି ରହିଛି । ସମ୍ବଲପୁରରେ ୭ଟି ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇସାରିଛି।ଏପର୍ଯ୍ୟନ୍ତ ୧ ହଜାର ୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରସିଦ୍ଧ ଶକ୍ତିପୀଠ ମା'ଭଟ୍ଟାରିକାଙ୍କ ମନ୍ଦିରରେ ପସିଲା ବନ୍ୟାଜଳ...

Sun Aug 14 , 2022
ସଞ୍ଜୟ ଶତପଥୀ(କଟକ):ଓଡିଶାର ଅନ୍ଯତମ ପ୍ରସିଦ୍ଧ ଶକ୍ତିପୀଠ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ଭଟ୍ଟାରିକାଙ୍କ ମନ୍ଦିର ର ବେଢାରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ପ୍ରବେଶ କରିଛି। ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ଯାମ୍ ରୁ ଜଳ ନିଷ୍କାସିତ ହୋଇଥିବାରୁ ଏହି ପ୍ରକାରର ପରିସ୍ଥିତି ଉପୁଜିଛି। ମା’ଭଟ୍ଟାରିକାଙ୍କ ଗମ୍ଭୀରା ମଧ୍ଯରେ ବନ୍ଯାଜଳ ପ୍ରବେଶ କରିବା କାରଣରୁ ମାଆଙ୍କର ଚଳନ୍ତି ପ୍ରତିମାକୁ ମନ୍ଦିର ନିକଟରେ ଥୂବା ରତ୍ନଗିରି […]

You May Like

Pin It on Pinterest