
ସଂଜୟ ଶତପଥୀ: କଟକର ସୁନାମଧନ୍ୟ ଅଗ୍ରଣୀ ବିପ୍ଲବୀ ଅନୁଷ୍ଠାନ” ଓଡିଶା ଉତ୍କଳ ବାହିନୀ “ର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ କଟକର ବେଲିଭ୍ଯୁସ୍ଥିତ ସାର୍ବଜନୀନ ପାର୍କଠାରେ ସମାପିତ ହୋଇଯାଇଛି।
ଏହି ଅବସରରେ ଜାତୀୟ ସଂଗୀତ ଗାନପୂର୍ବକ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ସମାରୋହରେ ମୂଖ୍ଯ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଶ୍ରୀ ବୁଢା ଦଳେଇ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଉପସ୍ଥିତ ସଂଗଠନର ସଦସ୍ଯମାନଙ୍କୁ ୭୫ ତମ ସ୍ବାଧୀନତା ଦିବସ ର ଶୁଭ ଅଭିନନ୍ଦନ ଜଣାଇବା ସହ ସମସ୍ତ ଙ୍କ ମନରେ ଭାତୃପ୍ରେମ ଜାଗ୍ରତ କରାଇବାକୁ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଓଡିଶା ଉତ୍କଳ ବାହିନୀର ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ହୋଇଥିବା ବେଳେ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ଜେଠୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥୂଲେ।
ଅନ୍ଯମାନଙ୍କ ମଧ୍ଯରେ କୋଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ ମହାନ୍ତି, ସଦସ୍ଯ ଶ୍ରୀ ପ୍ରଦୀପ ମହାରଣା, ଶ୍ରୀ ରାଜନ ମହାରଣା, ଶ୍ରୀ ଲିଟଲ୍ ମହାରଣା, ଶ୍ରୀ ଦିଲିଆ ଦଳେଇ, ଶ୍ରୀ ମନୋଜ ବେହେରା ଓ ଶ୍ରୀ ଛବିନ୍ଦ୍ର ସ୍ବାଇଁଙ୍କ ସହ ସଂଗଠନର ବହୁ ସଦସ୍ଯ ଉପସ୍ଥିତ ରହି ୭୫ ତମ ସ୍ବାଧୀନତା ଦିବସର ବାର୍ତ୍ତା ବାଣ୍ଟିଥୂଲେ। ଅବଶେଷରେ ସହ-ସମ୍ପାଦକ ଶ୍ରୀ ଞ୍ଯାନରଞ୍ଜନ ଦାସ ଧନ୍ଯବାଦ ପ୍ରସ୍ତାବ ଆଗତ କରିବା ସହ ସଂଗଠନ ପକ୍ଷରୁ ମିଷ୍ଠାନ୍ନ ବଣ୍ଟାଯାଇଥୂଲା।



