
ନବୀନ ଦାଶ(ଅତାବିରା):ସ୍ଵାଧୀନତା ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସର ରେ ସାରା ଭାରତରେ ” ଆଜାଦି କି ଅମୃତ ମହୋତ୍ସବ ” ପାଳିତ ହେଉଛି ।ଦେଶ ରେ “ହର୍ ଘର୍ ତ୍ରିରଙ୍ଗା” ଲଗାଇ ଭାରତ ମାତାଙ୍କୁ ସମ୍ମାନକୁ ଦ୍ଵିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କୁ ସମ୍ମାନ ଯଣାଇବା ସହ ଅତାବିରା ରେ ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ତ୍ରିରଙ୍ଗା ପତାକା କୁ ନେଇ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା ।
ସ୍ଥାନୀୟ ରାମଚଣ୍ଡୀ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରି ସିନେମା ହଲ ଛକ ପର୍ଯ୍ୟନ୍ତ ଯାଇଥିଲା । ଶୋଭାଯାତ୍ରା ସମୟରେ ବୀର ସୁରେନ୍ଦ୍ର ସାର୍ ଛକ ରେ ଓଡ଼ିଶା ମାଟିର ବୀର ସଂଗ୍ରାମୀ ବରପୁତ୍ର ଵୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇ ଥିଲା . ଏହାପରେ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ପୁଷ୍ପ ସୁମନ ଅର୍ପଣ କରି ଆଜିର ଅମୃତ ବେଳାରେ ସମସ୍ତ ଶୋଭାଯାତ୍ରାକୁ ସମ୍ମାନ ଜଣାଯାଇଥିଲା ।
ଜାତୀୟ ସ୍ୱାଭିମାନ ତଥା ଦେଶର ସାନ୍ ତ୍ରିରଙ୍ଗା ର ଟେକ ରଖିବା ଦେଶର ପ୍ରତି ନାଗରିକଙ୍କ କର୍ତ୍ତବ୍ୟ . ଏହି କର୍ତ୍ତବ୍ୟକୁ ପାଳନ ପୂର୍ବକ ଅଞ୍ଚଳର ଅଗଣିତ ନର ନାରୀ ଏକାକାର ହେବା ସହ ଜାତୀୟ ଭାବଧାରା ରେ ଉଦ୍ବୃତ୍ତ ହୋଇ ନିଜକୁ ସାମିଲ କରିନେଇ ଥିଲେ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ।ଏହି ଜାତୀୟ ଭାବଧାରା କୁ ପହିଲି ଭାଦ୍ରବ ର ପ୍ରବଳ ବର୍ଷା ର ଧାରା ମଧ୍ୟ ଅଟକାଇ ପାରି ନଥିଲା ।ଭୀଷଣ ବର୍ଷା ସତ୍ତ୍ଵେ ମଧ୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ଅମୃତ ମହୋତ୍ସବ ର ଉଦ୍ଦେଶ୍ୟ କୁ ଚରିତାର୍ଥ କରିଥିଲା ।ସହର ଠାରୁ ଆରମ୍ଭ କରି ଗାଆଁ ଗଣ୍ଡା ପର୍ଯ୍ୟନ୍ତ ସମସ୍ତ ନାଗରିକ ଜାତି,ଧର୍ମ,ବର୍ଣ୍ଣ କୁ ଭୁଲି ଯାଇ ଭାରତର ସ୍ଵାଧୀନତା ର ଏହି ଅମୃତ ମହୋତ୍ସବରେ ଯୋଗଦାନ କରିଥିଲେ ।
ସହର ର ସମସ୍ତ ବିଦ୍ୟାଳୟ ,ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ର କର୍ମଚାରୀ ଓ ପଦାଧିକାରୀ ବରିଷ୍ଠ ନାଗରିକ ସଂଘ,ମାରୱାଡ଼ି ଯୁବା ମଞ୍ଚ,ଲାୟନସ୍ କ୍ଲବ୍,ବଣିକ ସଂଘ,ମାରୱା ଡ଼ି ସମ୍ମେଳନ,ଯେ ସି ଆଇ,ଆମ ପରିବାର ସାମାଜିକ ଅନୁଷ୍ଠାନ,ବ୍ରାହ୍ମଣ ସମାଜ, ଖ୍ରୀଷ୍ଟ ସମାଜ,କଳାକାର ସଂଘ,ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ,ସୈନିକ ସଂଘ, ଶିକ୍ଷକ ସଂଘ,ବଜରଙ୍ଗ ଦଳ,ଆଞ୍ଚଳିକ ଦଳ,କୃଷକ ସଂଗଠନ,ସାମ୍ବାଦିକ ସଂଘ ତଥା ସମସ୍ତ ରାଜନୈତିକ ଦଳ ର କର୍ମ କର୍ତ୍ତା ମାନଙ୍କ ସହ ସ୍ଥାନୀୟ ବିଧାୟକ, ସାଂସଦ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଶୋଭାଯାତ୍ରା କୁ ସଫଳ କରିଥିଲେ . ଶୋଭାଯାତ୍ରା ସମୟରେ ଯାନ ବାହନ ସବୁ ଅଟକି ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇଥିଲେ ।