୪ ନଦୀର ବନ୍ୟା ପରିସ୍ଥିତି ସଙ୍କଟାପନ୍ନ,ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର କ୍ରମଶଃ ବୃଦ୍ଧି….

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମୁଣ୍ଡୁଳିରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି | ୪ ନଦୀର ବନ୍ୟା ପରିସ୍ଥିତି ସଙ୍କଟାପନ୍ନ | ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି |ସୂଚନା ଅନୁଯାଇ,ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ନିମାପଡ଼ାରେ କୁଶଭଦ୍ରା ନଦୀରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର |

ଆଳିପିଙ୍ଗଳରେ ଦେବୀ ନଦୀର ବିପଦ ସଂକେତ ୧୨.୭୬ ମିଟର ଥିବାବେଳେ ବର୍ତ୍ତମାନ ୧୨.୦୬ ମିଟର ଜଳ ପ୍ରବାହିତ ହେଉଛି | ମୁଣ୍ଡୁଳିରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ରାଉରକେଲାର ପାନପୋଷଠାରେ ବ୍ରାହ୍ମଣୀ ନଦୀ ବିପଦ ସଙ୍କେତ ଟପିଛି | ମୁଣ୍ଡୁଳିରେ ବିପଦ ସଙ୍କେତ ୯୭.୨୫ ଫୁଟ ଥିବାବେଳେ ବର୍ତ୍ତମାନ ୯୭.୮୦ ଫୁଟରେ ପାଣି ପ୍ରବାହିତ ହେଉଛି | ମୁଣ୍ଡୁଳିରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ନରାଜରେ ମଧ୍ୟ ବିପଦ ସଙ୍କେତ ଉପରେ ମହାନଦୀ ପ୍ରବାହିତ ହେଉଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ଜଳବନ୍ଦିରେ ଥିବା ଲୋକେ ଆତଙ୍କିତ...

Wed Aug 17 , 2022
ଯାଜପୁର/ଜଗସିଂପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ି ବଢି ଲାଗିଛି।ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ହେବା ଦ୍ୱାରା,ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ଲୋକଙ୍କର ଘର ଭିତରକୁ ପାଣି ପଶିଛି। ଚାଷଜମି ଜଳାର୍ଣ୍ଣବ ହୋଇଛି। ପ୍ରଶାସନ ପକ୍ଷରୁ ଜଳବନ୍ଦିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ, […]

You May Like

Pin It on Pinterest